32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଫଗାନିସ୍ତାନରୁ ୧୨୦ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ

ଆଫଗାନିସ୍ତାନରୁ ୧୨୦ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଫେରିଲା ବାୟୁସେନା ବିମାନ

କାବୁଲ : ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବା ଧ୍ୱସ୍ତ ବିଧ୍ୱସ୍ତ ଆଫଗାନିସ୍ତାନରୁ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ସ୍ୱଦେଶ ଫେରିଆସିଛି। ଇତିମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ସୋମବାର ଆଫଗାନିସ୍ତାନରେ ଆତଙ୍କିମାନଙ୍କ ଆତଙ୍କ ବିରୁଦ୍ଧରେ ଲଢେଇ କରିବାକୁ ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଇତିମଧ୍ୟରେ ଆମେରିକା ପ୍ରଶାସନ ସେଠାରୁ ପଳାଇ ଆସୁଥିବା ଲୋକଙ୍କୁ ଶରଣାର୍ଥୀ ଭାବରେ ଆଶ୍ରୟ ଦେବାକୁ ପ୍ରତିଶ୍ରୁତି ଦେଇଛି।

ଆଫଗାନ ନାଗରିକ ଅନ୍ୟ ଦେଶକୁ ଯିବା ଏବଂ ଶରଣାର୍ଥୀ ସହାୟତା ବାବଦରେ ଆମେରିକା ୫୦୦ ନିୟୁତ ଡଲାର ଜରୁରୀକାଳୀନ ସହାୟତା ଦେବାକୁ ଘୋଷଣା କରିଛି। କାବୁଲ ବିମାନ ବନ୍ଦରୁ ସି-୧୭ ଭାରତୀୟ ବାୟୁସେନା ବିମାନ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଫେରିଆସିଛି। ଏହି କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସୋମବାର ସଂଧ୍ୟାରେ ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଇତିମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଫଗାନରୁ ନିଜ ନାଗରିକଙ୍କୁ ତୁରନ୍ତ ଫେରାଇ ଆଣିବା ପ୍ରକ୍ରିୟା ସହଜ କରିବାକୁ ଇ-ଭିସା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking