29.1 C
Bhubaneswar
Tuesday, May 7, 2024
Homeଓଡିଶା୧୫ଶହ ମୁହାଁ ଆକ୍ରାନ୍ତ : ବୋଲ ମାନୁନି ଡେଙ୍ଗୁ ସଂକ୍ରମଣ

୧୫ଶହ ମୁହାଁ ଆକ୍ରାନ୍ତ : ବୋଲ ମାନୁନି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ୱର : ରାଜଧାନୀରୁ ଆଉ ୬୮ ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୪ରେ ପହଞ୍ଚିଛି । ଏହାସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ମୁହାଁ ହୋଇଛି। ତେବେ ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୯୯୪ ଜଣ ସୁସ୍ଥ ହୋଇସାରିଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଥିବା ବେଳେ ଏହାକୁ ରୋକିବାରେ କୌଣସି ଉପାୟ କାମ କରୁନାହିଁ । ସହରର ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାତ୍ର ଡେଙ୍ଗୁ ମଶା ବଂଶ ବୃଦ୍ଧି ଉପରେ ରୋକିବାରେ ବିଗାଭ ଅସମର୍ଥ ହେଉଥିବା ପରିଲକ୍ଷିତ ହୋଇଛି । ଭୁବନେଶ୍ୱରକୁ ଡେଙ୍ଗୁ ମୁକ୍ତ କରିବା ଅଭିଯାନରେ ସହରର ସମସ୍ତ ନାଗରିକଙ୍କ ସହ ସ୍ୱେଚ୍ଛାସେବୀମାନେ ସହଯୋଗ କରୁଛନ୍ତି । ସହରର ବସ୍ତି ଅଞ୍ଚଳ, ଆପାର୍ଟମେଣ୍ଟ ଓ ସରକାରୀ କ୍ୱାର୍ଟର୍ସ ଆଦିରେ ପ୍ରତିଦିନ ଆକ୍ରାନ୍ତ ବାହାରୁଛନ୍ତି । ଯାହାଦ୍ୱାରା ବିଏମ୍‌ସି ପାଇଁ କରୋନା ସହିତ ଡେଙ୍ଗୁ ବର୍ତ୍ତମାନ ଆହ୍ୱାନ ସାଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking