38.1 C
Bhubaneswar
Friday, April 26, 2024
Homeଅପରାଧଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ଯୁବତୀ ସହ ଶାରିରୀକ ସମ୍ପର୍କ ରଖିଲା ଅଭିଯୁକ୍ତ ଓ ତାପରେ......

ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ଯୁବତୀ ସହ ଶାରିରୀକ ସମ୍ପର୍କ ରଖିଲା ଅଭିଯୁକ୍ତ ଓ ତାପରେ……

ବିଲାସପୁର: ଛତିଶଗଡ଼ର ନ୍ୟାୟିକ ରାଜଧାନୀ ବିଲାସପୁରରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ଶାରିରୀକ ସଂପର୍କ ରଖାଯାଇଛି । ଏଥିରେ ଯୁବତୀ ଜଣକ ଗର୍ଭବତୀ ହୋଇଛନ୍ତି । ଏବେ ପୀଡିତା ୧୨ ମାସର ଗର୍ଭବତୀ ହୋଇଥିଲା ବେଳେ ଗର୍ଭ ନଷ୍ଟ ପାଇଁ ଅନୁମତି ମାଗିଛନ୍ତି । ସେ କହିଛନ୍ତି ଯେ, ଅଭିଯୁକ୍ତର ପାପ ଗର୍ଭରେ ରଖିବି କାହିଁକି ।

ସହର ଉପକଣ୍ଠ ଏକ ଗାଁର ଯୁବତୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା । ମଦପିଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଅଶ୍ଲୀଳ ଭିଡିଓ ପ୍ରସ୍ତତ କରି ଏହାକୁ ଭାଇରାଲ କରିବାକୁ କହି ବାରମ୍ବାର ଶାରୀରିକ ସଂପର୍କ ରଖୁଥିଲା । ଏବେ ପୀଡିତା ମା’ ହେବାକୁ ଯାଉଛନ୍ତି । ବିଗତ ୧୨ ସପ୍ତାହ ହେବ ସେ ପେଟରେ ସନ୍ତାନକୁ ଧରିଛନ୍ତି । ସେ କିନ୍ତୁ ଜିଲ୍ଲାପାଳଙ୍କୁ ଗର୍ଭନଷ୍ଟ କରିବା ପାଇଁ ଅନୁମତି ମାଗିଛନ୍ତି । ବର୍ତ୍ତମାନ ପାଇଁ କିନ୍ତୁ ଅନୁମତି ମିଳିପାରି ନାହିଁ ।

ମନ୍ଦିରାସୌଦ ଅଞ୍ଚଳର ଜଣେ ଯୁବକଙ୍କ ସହିତ ଯୁବତୀଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଶାରୀରିକ ସଂପର୍କ ରଖିଥିଲା । ଏବେ ଯୁବତୀ ମାନସିକ ଭାବେ ଦୁର୍ବଳ ହୋଇଛନ୍ତି । ପାପ ସଂପର୍କରୁ ଜନ୍ମନେବାକୁ ଥିବା ଶିଶୁର ମା’ ହେବାକୁ ଚାହୁଁନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking