34.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକାକୁ ବଳାତ୍କାର ଓ ତାପରେ ଏସିଡ ମାଡ଼

ନାବାଳିକାକୁ ବଳାତ୍କାର ଓ ତାପରେ ଏସିଡ ମାଡ଼

କୁରୁକ୍ଷେତ୍ର: କୁରୁକ୍ଷେତ୍ରର ଶହବାଦ ଅଞ୍ଚଳରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଏସିଡ ମାଡ଼ ହୋଇଛି । ପୀଡିତା ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅଭିଯୁକ୍ତ ଏସିଡମାଡ଼ କରିଥିଲା । ଏସିଡ ମାଡ଼କୁ ବିରୋଧ କରିବାରୁ ପୀଡିତାର ଭାଇକୁ ଅଭିଯୁକ୍ତ ଯୁବକ ଛୁରୀ ଭୁସିଦେଇଛି । ଭାଇ-ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ ଅଭିଯୁକ୍ତ ଯୁବକ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିଆସୁଥିଲା । ପୀଡିତା ଏହାକୁ ବିରୋଧ କରିବାରୁ ପରିବାରର ସମସ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲା । ପୀଡିତାଙ୍କ ଦାଦା କହିଛନ୍ତି ଯେ, ତାଙ୍କର ଝିଆରୀ ପରୀକ୍ଷା ଦେବାକୁ ଯାଇଥିଲା । ତା’ ଉପରେ ଏସିଡ ମାଡ଼ କରାଯାଇଛି । ସେହିପରି ପୁତୁରା ଉପରେ ଅଭିଯୁକ୍ତ ଛୁରୀ ଭୁସିଦେଇଥିଲା । ଅଭିଯୁକ୍ତ ଯୁବକ ବହୁ ଦିନରେ ଏହି ଆକ୍ରମଣ ପାଇଁ ଯୋଜନା କରିଥିଲା ଓ ସୁଯୋଗ ଖୋଜୁଥିଲା ।

ତଦନ୍ତ ଅଧିକାରୀ ପରମଜୀତ କୌର କହିଛନ୍ତି ଯେ, ଏସିଡ ଆକ୍ରମଣ ନେଇ ସୂଚନା ମିଳିବା ପରେ ପୋଲିସ ଡାକ୍ତରଖାନାରେ ପହଞ୍ଚିଛି । ଅଭିଯୋଗ ମିଳିଛି । ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking