30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକରୋନା ନିୟନ୍ତ୍ରଣ କମିଟି ତରଫରୁ କୃତଜ୍ଞତା

କରୋନା ନିୟନ୍ତ୍ରଣ କମିଟି ତରଫରୁ କୃତଜ୍ଞତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ, ବଲାଙ୍ଗିର ଜନସାଧାରଣ, ସାମାଜିକ ସଂଗଠନ, ରାଜନୈତିକ ଦଳର କର୍ମକର୍ତ୍ତା, ବଣିକ ସଂଘର ସଦସ୍ୟଙ୍କୁ କରୋନା ନିୟନ୍ତ୍ରଣ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସଂପୃକ୍ତ କମିଟି ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ସାମ୍ବାଦିକ ଭବନରେ ଗତ ୨୩ ତାରିଖ ଦିନ କରୋନା ମୁକାବିଲା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିରର ବହୁ ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ବଣିକ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ବର୍ତ୍ତମାନର କରୋନା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କ ମତାମତ ଅନୁସାରେ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଥିଲା । ପ୍ରଥମେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସତ୍‌ଗତି ନିମନ୍ତେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ବଲାଙ୍ଗିରରେ ବହୁମୂଲ୍ୟ ଜୀବନ ଚାଲି ଯାଉଥିବାରୁ ସମସ୍ତ ଉପସ୍ଥିତ ବ୍ୟକ୍ତିବୃନ୍ଦ କ୍ଷୋଭ ପ୍ରକାଶ କରିବା ସଂଗେ ସଂଗେ ୨୫ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସାତ ଦିନ ପାଇଁ ସ୍ୱେଚ୍ଛାକୃତ ଭାବରେ ଦୋକାନ ବଜାର ବନ୍ଦ କରିବା ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିରୁ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦିଆଯାଇ ଅନ୍ୟମାନଙ୍କୁ ଦୋକାନ ବଜାର ବନ୍ଦ କରିବା ପାଇଁ ନିବେଦନ କରାଯାଇଥିଲା । ଏଥିରେ ସମସ୍ତେ ବହୁ ମୂଲ୍ୟ ଜୀବନ ସୁରକ୍ଷା ପାଇଁ ଦୋକାନ ବଜାର ସ୍ୱତଃସ୍ପୁର୍ତ୍ତ ଭାବେ ଦୋକାନ ବଜାର ବନ୍ଦ କରିଛନ୍ତି । କମିଟି ପକ୍ଷରୁ ଆହୁରି କୁହାଯାଇଛି ଯେ, କରୋନା ନିୟନ୍ତ୍ରଣ କମିଟିର ଅନୁରୋଧ କ୍ରମେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ପ୍ରତ୍ୟେକପଡ଼ାରେ ସାନିଟାଇଜେସନ୍‌, ବ୍ଲିଚିଂ ସିଂଚନ, ସଫା ସୁତୁରା, ପ୍ରତ୍ୟେକ ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି । କେତେକ ସ୍ଥାନରେ ଭିଡ଼ ରହୁଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଉଅଛି । ଡେଲିମାର୍କେଟର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମାର୍କେଟର ପରିବା ଦୋକାନୀଙ୍କୁ କଳାମଣ୍ଡଳ ପଡ଼ିଆ ଓ ମିଶନ୍‌ ପଡ଼ିଆ ସ୍ଥାନାନ୍ତରିତ କରାଯାଇଅଛି । ବର୍ତ୍ତମାନ କୋଭିଡ଼-୧୯ ହସ୍‌ପିଟାଲରେ ରୋଗୀମାନଙ୍କର ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ନିମନ୍ତେ ଆବଶ୍ୟକ ଥିବା ଡାକ୍ତର ଓ ନର୍ସ ପଦବୀ ପୂରଣ କରାଯାଇଅଛି । ତେଣୁ କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଛି ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ କମିଟି ପକ୍ଷରୁ ଆଗାମୀ ସମୟରେ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking