30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୨୫ବର୍ଷ ହେଲାଣି ବିଧବାଙ୍କୁ ମିଳୁନି ସରକାରୀ ଯୋଜନାର ସୁବିଧା କି ବିଧବା ଭତ୍ତା

୨୫ବର୍ଷ ହେଲାଣି ବିଧବାଙ୍କୁ ମିଳୁନି ସରକାରୀ ଯୋଜନାର ସୁବିଧା କି ବିଧବା ଭତ୍ତା

ମୟୂରଭଞ୍ଜ: ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। ହେଲେ ଅନେକ କ୍ଷେତ୍ରରେ ଅସହାୟ ବୃଦ୍ଧ,ବୃଦ୍ଧା,ବିଧବାଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା। ଆବେଦନ ନିବେଦନ ସହ ୨୫ବର୍ଷର ଅପେକ୍ଷା ପରେବି ମିଳୁନି ବିଧବାଙ୍କୁ ବିଧବା ଭତ୍ତା। ସରକାରୀ ବ୍ୟବସ୍ଥା ପାଇଁ ଏହାଠାରୁ ଲଜ୍ୟାଜନକ ଘଟଣା ଆଉ କଣ ହୋଇପାରେ ଚର୍ଚ୍ଚା ହେଉଛି। ତେବେ ସରକାରୀ ବାବୁମାନେ ନିୟମ କାନୁନର ଫାଙ୍କ ଭିତରେ ଥିବା ଅଡୁଆକୁ ଅସ୍ତ୍ର କରି ଅସହାୟମାନଙ୍କ ଅଧିକାର ଅପହରଣ କରି ଅନ୍ୟକୁ ବିକ୍ରି କରଦେଉଛନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ହେଲେ ଦୁର୍ନୀତି ରୋକିବା ନାମରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି ଆମର ବ୍ୟବସ୍ଥା। ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ନ୍ୟାୟରେ ଚାଲିଛି ପ୍ରଶାସନିକ ବ୍ୟବସ୍ଥା। ଅଭିଯୋଗ କଲେ ଶୁଣିବ କିଏ ? ତେବେ ଏଭଳି ଏକ ସ୍ପର୍ଶକାତର ଘଟଣା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତରେ ସାମ୍ନାକୁ ଆସିଛି।ସ୍ବାମୀ ମୃତ୍ୟୁର ୨୫ବର୍ଷ ପରେବି ବିଧବାଙ୍କୁ ମିଳୁନି ବିଧବାଭତ୍ତା।
ମାତ୍ର ଏହି ଯୋଜନାର ଅପେକ୍ଷା କରି ୨୫ ବର୍ଷ ବିତିଗଲା କିନ୍ତୁ ଏଯାଏଁ ମିଳିପାରି ନାହିଁ ବିଧବାଭତ୍ତା ସୁବିଧା। ଏହେଉଛନ୍ତି ଶାଳଗାଁ ପଞ୍ଚାୟତର ମାଧୁରୀ ମହାପାତ୍ର । ପରିବାର କହିଲେ ଗୋଟିଏ ଝିଅ। ଆଉ ଝିଅ ବାହାହୋଇ ଶାଶୁଘରକୁ ଚାଲିଗଲା ପରେ ମାଧୁରୀ ସଂମ୍ପୂର୍ଣ୍ଣ ଏକାକୀ ଅବସ୍ଥାରେ। ଭାଇଭାଉଜଙ୍କ ହାତଟେକାକୁ ଚାହିଁ ବୟସ ହେଲାଣି ୭୦ ଆଉ କଥା କହିବାକୁ ବଳ ନାହିଁ । ହେଲେ ସରକାରଙ୍କ ବିଧବାଭତ୍ତା ମାଧୁରୀଙ୍କ ପାଇଁ ସାତସପନ ।ତେବେ ଅନ୍ୟ ଉପରେ ଭରସା କରି ଜୀବନ ଜିଉଁ ଥିବାବେଳେ ମୋତେ ଭତ୍ତାଟିଏ ମିଳିଲେ ଟିକିଏ ଔଷଧ ତୋ କିଣିପାରନ୍ତି ବୋଲି ଦୁଃଖ ପ୍ରକାଶ କରି କହିଛନ୍ତି ମାଧୁରୀ। ବଡ଼ଭାଇ ପବିତ୍ର ମହାପାତ୍ର ଭଉଣୀର ବିଧବାଭତ୍ତାଟିଏ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଅଫିସପର୍ଯ୍ୟନ୍ତ ଧାଇଁ ଧାଇଁ କେବଳ ଆଶ୍ୱାସନା ଆଉ ପ୍ରତିଶୃତି ପାଇବି ଫଳଶୁନ।ନିରାଶ ହେବାକୁ ପଡ଼ିଛି।

ଗୋଟେପଟେ ରାଜ୍ୟ ସରକାର କହୁଛନ୍ତି ସମସ୍ତ ଯୋଗ୍ଯ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଭତ୍ତା। ଅନ୍ୟପଟେ ଆତ୍ମସ୍ୱାର୍ଥ ପୂରଣ କରିବାରେ ବିଫଳ ଅସହାୟ ଗରିବ ହିତାଧିକାରୀଯୋଜନାରୁ ବାଦପଡି ହତାଶ ହେଉଥିବା ଭଳି ଅଭିଯୋଗ ଏବେ ଚର୍ଚ୍ଚା ହେଉଛି। ହେଲେ ଆଜକୁ ୨୫ ବର୍ଷ ତଳେ ସ୍ବାମୀ ହରାଇଥିବା ଏହି ମାଧୁରୀ ମହାପାତ୍ରଙ୍କ ବୟସ ଆଜି ୭୦ ହେଲାଣି କିନ୍ତୁ ସରକାରଙ୍କ ନଜରରେ ଏହି ବିଧବା ମହିଳା ଯୋଗ୍ଯ କି ଅଯୋଗ୍ୟ ତାହାକୁ ନେଇ ଉଠୁଛି ପ୍ରଶ୍ନ। ଆବେଦନ ପରେ ଆବେଦନ କରି ବିଭିନ୍ନ ସମୟରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓଙ୍କ ଠାରେ ନିବେଦନ କରିଆସୁଥିଲେ ମଧ୍ୟ ବିଧବା ମାଧୁରୀ ସେମାନଙ୍କ ନଜରରେ ପଡୁନି ତାହା ସାଧରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ନିୟମକୁ ବିଚାର କରି ବିଧବାଭତ୍ତାକୁ ବାଦଦେଲେ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ବିଜୁପକାଘର ଯୋଗାଇ ଦେବା କଥା କିନ୍ତୁ ତାହା ମଧ୍ୟ ସମ୍ଭବ ହେଉନାହିଁ। ତୃଣମୂଳ ସ୍ତରରେ ସରକାରୀ ବ୍ୟବସ୍ଥା କେତେ ସକ୍ରିୟ ବିଧବାମାଧୁରୀକୁ ତାର ଉଦାହରଣ ଭାବେ ନିଆଯାଇ ପାରେ ତେବେ ଦେଖନ୍ତୁ ଏହି ମାଧୁରୀ ମହାପାତ୍ର ରହୁଥିବା ଘରକୁ ଲଗାଣ ଲଘୁଚାପବର୍ଷା ପ୍ରଭାବରେ ହୋଇଥିବା ବନ୍ଯାରେ ଘରର ଅବସ୍ଥା ବେହାଲ୍। ନାଁ ମିଳୁଛି ପ୍ରାକୃତିକ ବିପର୍ଯ୍ୟୟର ସହାୟତା, ନାଁ ମିଳୁଛି ଭତ୍ତା । ତେବେ ଏହି ମାଧୁରୀ ମହାପାତ୍ରଙ୍କୁ ଭତ୍ତା ମିଳିବାରେ ପ୍ରତିବନ୍ଧକ କୋଉଠି ସେନେଇ ଶାଳଗାଁ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ସିଂଙ୍କୁ ଭେଟି ପ୍ରତିକ୍ରିୟା ନେବାରୁ ଆଗରୁ କଣ ପାଇଁ ତାଙ୍କୁ ଭତ୍ତା ମିଳୁନଥିଲା ମୁଁ ଯାଣେନା କିନ୍ତୁ ଏବେ ତାଙ୍କୁ କିଭଳି ଭତ୍ତା ମିଳିବ ମୁଁ ନିଶ୍ଚିତ ପଦକ୍ଷେପ ନେବି ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରପଞ୍ଚ ଲକ୍ଷ୍ମୀ ସିଂ ଙ୍କର କାର୍ଯ୍ୟକାଳ ଚାରିବର୍ଷ ବିତିଗଲାଣୀ ବିଧବା ମାଧୁରୀ ମହାପାତ୍ରଙ୍କ ଉପରେ ତାଙ୍କ ନଜର ପଡୁନଥିଲା କାହିଁକି ?ତେବେ ସରପଞ୍ଚ ଲକ୍ଷ୍ମୀ ସିଂଙ୍କ ପ୍ରତିଶୃତି କେବେ ପୁରଣ ହେବ ଏବଂ ସରକାରଙ୍କ ବିଧବାଭତ୍ତା ବିଧବା ମାଧୁରୀଙ୍କୁ କେବେ ମିଳିବ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking