39.1 C
Bhubaneswar
Friday, April 26, 2024
Homeଓଡିଶାଠାକୁରପାଟଣା ଯୁବପରିଷଦ, ଶଙ୍ଖଚିଲା ତରଫରୁ ୟୁଥ୍ ପାର୍ଲିଆମେଂଟ ଆଲୋଚନା ଚକ୍ର

ଠାକୁରପାଟଣା ଯୁବପରିଷଦ, ଶଙ୍ଖଚିଲା ତରଫରୁ ୟୁଥ୍ ପାର୍ଲିଆମେଂଟ ଆଲୋଚନା ଚକ୍ର

ଯାଜପୁର: ନେହେରୁ ଯୁବକେନ୍ଦ୍ର ସଙ୍ଗଠନ, ଯାଜପୁର ଓ ଠାକୁରପାଟଣା ଯୁବପରିଷଦ, ଖମଣ ଗ୍ରାମ ପଂଚାୟତ, ଶଙ୍ଖଚିଲାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ସଂପାଦକ ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଆଂଚଳିକ ଯୁବ ସଂସଦ ବୈଠକ ଏବଂ ଯୋଗାଭ୍ୟାସ କାର୍ଯ୍ୟକ୍ରମ ସଂମ୍ପର୍କିୟ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କ୍ଲବର ସଭ୍ୟ ଶ୍ରୀମାନ ପ୍ରଦୀପ କୁମାର ସାହୁ ସଭା ପରିଚାଳନା କରିଥିଲେ । ସର୍ବପ୍ରଥମେ କୁନିକୁନି ପିଲାଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ବୋଲାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାକାର୍ଯ୍ୟଟି ଅନୁଷ୍ଠାନର ସଂପାଦକ ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଯୁବପରିଷଦର ସମସ୍ତ ସଭ୍ୟଙ୍କ ସହିତ ଗ୍ରାମର ବହୁ ଯୁବକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । କ୍ଲବର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆଗମି ଦିନରେ କ୍ଲବକୁ କିପରି ସାଙ୍ଗଠନିକଭାବେ ମଜବୁତ୍ କରାଯିବା ସହିତ କିପରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇପାରିବ ଏବଂ ମାନବାଧିକାର ବାବଦେ ବକ୍ତବ୍ୟ ରଖିଥିଲେ । କ୍ଲବ କୋଷାଧ୍ୟକ୍ଷ ସୂୟ୍ୟକାନ୍ତ ସାହୁ ତାଙ୍କ ବକ୍ତବ୍ୟରେ ଗ୍ରାମର ସ୍ୱଚ୍ଛତା, ବୃକ୍ଷ୍ୟରୋପଣ ଏବଂ ମହିଳା ସଶକ୍ତିକରଣ ବାବଦେ ଆଲୋକପାତ କରିଥିଲେ ।

ଉପସଭାପତି ଗୋପାଳ ଚନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ ଗ୍ରାମର ବିଭିନ୍ନ ସମସ୍ୟାକୁ କିପରି ସରକାରଙ୍କ ଦ୍‌ୃଷ୍ଟିଗୋଚର ପୂର୍ବକ ଗ୍ରାମର ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥାକୁ ସମାଧାନ କରାଯାଇପାରିବ କହିଥିଲେ । ପରିଚାଳନା କମିଟି ସଭ୍ୟ ପ୍ରଦୀପ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଯଥା ସ୍ୱଚ୍ଛଭାରତ ମିଶନ, ବେଟି ବଚ୍ଚାଓ ବେଟି ପଢାଓ, ଶିଶୁ ବିକାଶ, ଶିଶୁ ସଂରକ୍ଷଣ ସୁରକ୍ଷା, ଡିଜିଟାଲ ଇଣ୍ଡିଆ, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଯୁବ ଜାଗରଣ ବିଷୟରେ ଆଲୋକପାତ କରିଥିଲେ । କ୍ଲବ୍ ସଭ୍ୟ ରମେଶ କୁମାର ବେହେରା ଯୁବପିଢିଙ୍କୁ ସ୍ୱାବଲମ୍ବି ହେବା ସହିତ ନେଟୱର୍କ ବିଜିନେସ୍ ସଫଳତାର ଚାବିକାଠି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ପରିଶେଷରେ ପରିଚାଳନା କମିଟି ସଭ୍ୟ ନୟନଦିପ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ସାହୁ, ଦେବାଶିଷ ସାହୁ, ମାୟାଧର ସାହୁ, ପ୍ରଦୀପ ବାରିକ, ଅବିନାଶ ସାହୁ, ଉମାକାନ୍ତ ବିନ୍ଧାଣ,ି ରମାକାନ୍ତ ସାହୁ, ବିକାଶ ସାହୁ, ଉଦୟନାଥ ସାହୁ, ଅକ୍ଷୟ ପୃଷ୍ଟି, ସଞ୍ଜୟ ସାହୁ, ପରମେଶ୍ୱରର ମଲ୍ଲିକ, ରାଜେନ୍ଦ୍ର ମାଝି ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking