27.1 C
Bhubaneswar
Thursday, April 25, 2024
Homeଓଡିଶା୫୩ ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ

୫୩ ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଚାଲିଥିବା ୫୩ ତମ ରାଜ୍ୟ ପୋଲିସ ବନ୍ଧୁକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଓଡିଶା ପୋଲିସ ଡିଜି ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଏସଓଜି ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କମିଶନରେଟ ପୋଲିସ-ବି ଦଳ ଦ୍ୱିତୀୟ ସ୍ଥାନ ଏବଂ ଆଇ ଆର ବାଟାଲିଅନ ପ୍ରତିଷ୍ଠାନରୁ ୨୪ଟି ଦଳ ସହ ୩୩୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଏପିର ଅତିରିକ୍ତ ଡିଜି ଆରପି କୋଚେ , ଯାଜପୁର ଏସପି ଚରଣ ସିଂ ମୀନାଙ୍କ ସମେତ ରାଜ୍ୟ ପୋଲିସର ଅନେକ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
https://onakhabar.com/2020/03/05/lover-mureder-for-marrige/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking