24.1 C
Bhubaneswar
Thursday, May 9, 2024
Homeଓଡିଶାବାରାହା ଫାଶରେ ପଡି ନାବାଳିକା ଗୁରୁତର

ବାରାହା ଫାଶରେ ପଡି ନାବାଳିକା ଗୁରୁତର

ତେଲକୋଇ : ବାରାହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡି ନାବାଳିକା ଗୁରୁତର । ଗୁରୁତର ନାବାଳିକା ହେଲେ ଉଦୟଗିରି ଗାଁର ପ୍ରତିମା ସାହୁ । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସାତଟା ବେଳକୁ ଶୌଚ ପାଇଁ ପ୍ରତିମା ସାଙ୍ଗମାନଙ୍କ ସହିତ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । ସନ୍ଧ୍ୟା ସମୟ ହୋଇଥିବାରୁ ଅସାବଧାନତା ବସତଃ ବାରାହା ଫାଶରେ ପଡିଯାଇଥିଲେ । ବାରାହା ଶିକାର ପାଇଁ କପନାଳି ଜଙ୍ଗଲରେ ମଧ୍ୟରେ ଯାଇଥିବା ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଲାଇନରେ ହୁକ ପକାଇ ଶିକାରୀମାନେ ଫାଶ ବସାଇଥିଲେ। ନାବାଳିକା ଜଣଙ୍କ ଏହି ଫାଶରେ ଲାଗିଯିବା ଫଳରେ ତାଙ୍କର ଜଙ୍ଘ ଓ ହାତରେ ଗଭୀର କ୍ଷତ ହୋଇଛି । ନାବାଳିକା ଜଣଙ୍କ ଫାଶରେ ପଡିଯିବା ଦେଖି ଶିକାରୀ ମାନେ ୧୧ କେଭି ବିଦ୍ୟୁତ ଲାଇନରୁ ହୁକକୁ ଖୋଲିଦେଇ ଦୌଡ଼ି ପଳେଇ ଥିଲେ । ସାଙ୍ଗମାନେ ଗାଁ ଲୋକଙ୍କ ସହାୟତାରେ ପ୍ରତିମାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ବନବିଭାଗ ଓ ବିଦ୍ୟୁତ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking