30.1 C
Bhubaneswar
Monday, May 20, 2024
Homeଓଡିଶାଜୁନ୍ ୧ ରୁ ଖୋଲିବ କଲେଜ

ଜୁନ୍ ୧ ରୁ ଖୋଲିବ କଲେଜ

ଭୁବନେଶ୍ୱର : ଜୁନ୍ ୧ ରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଗୁଡିକ ମଧ୍ୟ ଜୁନ୍ ପହିଲାରୁ ଖୋଲିବାକୁ ଅନୁମତି ଦି‍ଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କଲେଜ୍ ଖୋଲିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପାଠପଢ଼ିବେ । ମେ ୩୧ରେ ଗ୍ରୀଷ୍ମ ଛୁଟି ସରିବା କ୍ଷଣି ଶିକ୍ଷାନୁଷ୍ଠାନ ଖୋଲିବାକୁ ଚିଠିରେ ଦର୍ଶାଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଏପ୍ରିଲ୍ ୧୬ ଓ ୨୬ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ସୂଚନା ଅନୁସାରେ, ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking