34.1 C
Bhubaneswar
Saturday, April 27, 2024
Homeଅପରାଧତହସିଲ ପ୍ରଶାସନର ବେଆଇନ ଗଛ କଟା ଓ ମନମୁଖୀ ବାଲି ଉଠାଣରେ ପ୍ରତିବାଦ

ତହସିଲ ପ୍ରଶାସନର ବେଆଇନ ଗଛ କଟା ଓ ମନମୁଖୀ ବାଲି ଉଠାଣରେ ପ୍ରତିବାଦ

ଯାଜପୁର: ଲେଙ୍ଗେଶ୍ୱର ଉନୟନ କମିଟି ପକ୍ଷରୁ ବ୍ୟାସନଗର ତହସିଲଦାର ମୂଳପାଳ ଠାରେ ଥିବା ଜଗଲ କିସମ, ସ୍ମଶାନ ଜମିରେ ହଜାର ହଜାର ସଂଖ୍ୟାରେ ବନିକରଣ କରାଯାଇଥିଲା. ଏପରିକି ମନ୍ଦିର କମିଟି ଦ୍ୱାରା ମୂଳପାଳ ର ନିଜସ୍ୱ ଜାଗା ଉପରେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାସ୍ତା ନିର୍ମାଣ କରାଯାଇଥିଲା. ଯାହାକୁ ନେଇ ଲେଙ୍ଗେଶ୍ୱର ଉନୟନ କମିଟି ବ୍ୟାସନଗର ତହସିଲଦାର ଜାଗାମାପ ଜରିଆରେ ଚି଼ହ୍ନଟ କରିବାକୁ ଆବେଦନ କରିଥିଲେ ମଧ୍ୟ ତହସିଲଦାର ଙ୍କ ମନାମାନୀ ତଥା ମାନ୍ୟବର କୋର୍ଟ ଙ୍କ ନିଁର୍ଧେଷ କୁ ବ୍ୟଖାତିର କରିବା ଓ ବାଲିଲିଜ ଧାରୀ ମାନେ ଗୋଟେ ଅଞ୍ଚଳ ରୁ ଲିଜ ନେଇ ଅନ୍ୟସ୍ଥାନରୁ ବାଲି ଉଠାଣ କରୁଥିବା ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ହୋଇ ରହିବା ପ୍ରତିବାଦରେ ବ୍ୟାସନଗର ତହସିଲଦାର ଙ୍କ କାର‌୍ୟ୍ୟାଳୟ ସମୁଖରେ ଶତାଧିକ ଗ୍ରାମ ବାସୀ ଓ ଲେଗେଶ୍ୱର ଉନୟନ କମିଟି ପକ୍ଷରୁ ଗଣ ଧାରଣା ଦିଅ ଯାଇଛି.

ଏହି ଧାରଣା ରେ କମିଟି ର ସଭାପତି ଦୈତାରୀ ଧଳ, ସମ୍ପାଦକ ପ୍ରଦୀପ କୁମାର ଧଳ ଗୋଲଖ ବିହାରୀ ମାଝୀ ନିତ୍ୟାନନ୍ଦ ପରିଡା ଙ୍କ ନେତୃତ୍ଵ ରେ ଧାରଣା ଚାଲୁ ରହିଥିବା ବେଳେ କୋରାଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି ଓ ସାଧାରଣ ସ୍ରମ୍ପାଦକ ଅଭିମନ୍ୟୁ ମିଶ୍ର ପ୍ରମୁଖ ଯୋଗଦେଇ ଏଭଳି ଗଛ କାଟିବା ସହିତ ବ୍ୟକ୍ତିଗତ ଜାଗାରୁ ବାଲି ଉଠାଣ ବଂଦ କରାଯାଉ ବୋଲି ଦାବୀ କରଥିଲେ. ସଂଧ୍ୟା ପର‌୍ୟନ୍ତ କୈଣସି ତହସିଲ ସେମାନଙ୍କ ସହିତ ଆଲୋଚନା କରିନଥିବା ଜଣାପଡିଛି. ଏହି ଧାରଣା ରେକୋରାଇ ସଂଗ୍ରାମ ସମିତି ଉପ ସଭାପତି ଆଲୋକ ମହାନ୍ତି ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସାହୁ ଓ ଗଦାଧର ଧଳ ଦିଲୀପ କୁମାର ଧଳ ମଦନମୋହନ ମାଝୀ ବାସୁଦେବ ପରିଡା ପ୍ରମୁଖ ନେତୃତ୍ଵ ନେଇଥିଲେ.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking