42.1 C
Bhubaneswar
Saturday, April 27, 2024
Homeରାଜନୀତିମନ୍ମଥଙ୍କ ଯୋଗଦାନରେ ଦଳ ଆହୁରି ସଶକ୍ତ ହେବ:ମାନସ ମଙ୍ଗରାଜ

ମନ୍ମଥଙ୍କ ଯୋଗଦାନରେ ଦଳ ଆହୁରି ସଶକ୍ତ ହେବ:ମାନସ ମଙ୍ଗରାଜ

ଭୁବନେଶ୍ବର : ବିଜେଡିରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ । ଆଜି ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ତାଙ୍କ ଅନୁଗାମୀ ମାନଙ୍କୁ ବିଜେଡିକୁ ସ୍ବାଗତ କରି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ କ୍ୟାପଟେନ ମନ୍ମଥ ଜଣେ ସୁପରିଚିତ ଚେହେରା। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ୟ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ଯୋଗଦାନରେ ଦଳ ଆହୁରି ସଶକ୍ତ ହେବ। ସେହିକରି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳଵାନ୍ତରାୟ କହିଥିଲେ ଯେ, ଯେ ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ, ଆମ ଆଦର୍ଶ, ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲୋକ ବିଜେଡିରେ ଯୋଗଦେଉଛନ୍ତି। ମନ୍ମଥ ରାଉତରାୟ ବିଜେଡିରେ ଯୋଗଦେଉଥିବାରୁ ଆଜି ଜଟଣୀ ଓ ଖୋର୍ଦ୍ଧା ପାଇଁ ଗର୍ବର ଦିନ। ବର୍ତ୍ତମାନ ରାଜନୀତିରେ ବହୁ ଶିକ୍ଷିତ ଯୁବକଙ୍କ ଆବଶ୍ୟକତା ରହିଛି। ଏହା ବିଜେଡି ଭିତ୍ତିକୁ ସୁଦୃଢ କରୁଛି। ଆଗାମୀ ଦିନରେ ଏହି ଶକ୍ତି ନିର୍ବାଚନ ଫଳାଫଳରେ ଜଣା ପଡିବ। ମନ୍ମଥ ତଳ ସ୍ତରରୁ ଦଳ ପାଇଁ କାମ କରବେ ଏବଂ ଦଳକୁ ଆହୁରି ଶକ୍ତିଶାଳୀ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking