40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବାଟକୁ ଆସିଲେ ତାମିଲନାଡୁ ରାଜ୍ୟପାଳ; କେ ପୋନୁମୁଡ଼ିଙ୍କୁ ମନ୍ତ୍ରୀ ପଦର ଶପଥ...

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବାଟକୁ ଆସିଲେ ତାମିଲନାଡୁ ରାଜ୍ୟପାଳ; କେ ପୋନୁମୁଡ଼ିଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଲେ

ଚେନ୍ନାଇ: ଦିନକ ପୂର୍ବେ ସୁପ୍ରିମକୋର୍ଟ କଡା ନିନ୍ଦା ତଥା ଭର୍ତ୍ସନା କରିବା ପରେ ଆଜି ତାମିଲନାଡୁ ରାଜ୍ୟପାଳ ଆର୍‌ଏନ୍ ରବି କେ ପୁନମୁଡ଼ିଙ୍କୁ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ପୂର୍ବରୁ ରାଜ୍ୟପାଳ ଆରଏନ୍ ରବି, ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ସାମିଲ ହୋଇଥିବା କେ ପୁନମୁଡ଼ିଙ୍କୁ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇବାକୁ ମନା କରିଦେଇଥିଲେ । କାରଣ ପୋନ୍‌ମୁଡ଼ିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ନିମ୍ନ ଅଦାଲତ୍ ପୋନମୁଡ଼ିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ବର୍ଷ ଜେଲ୍‌ଦଣ୍ଡାଦେଶ ଦେଇଥିଲେ । ଅବଶ୍ୟ ନିମ୍ନ ଅଦାଲତ୍‌ଙ୍କ ଏହି ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲାଗୁ କରିଥିଲେ । କିନ୍ତୁ ଏହି ଘଟଣା ପାଇଁ ରାଜ୍ୟପାଳ ଆରଏନ୍ ରବି ଜିଦ୍ ଧରି ବସିଥିଲେ ଯେ, ସେ ପୁନମୁଡ଼ିଙ୍କୁ ପୁନର୍ବାର ମନ୍ତ୍ରୀ ପଦରେ ଅବସ୍ଥାପିତ କରାଇଦେବେ ନାହିଁ ।

ଅନ୍ୟପକ୍ଷେ ରାଜ୍ୟପାଳଙ୍କ ଏପ୍ରକାର ଆଭିମୁଖ୍ୟକୁ ନେଇ ଡିଏମ୍‌କେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗତକାଲି ରାଜ୍ୟପାଳ ଆରଏନ୍ ରବିଙ୍କୁ କଡ଼ା ଶବ୍ଦରେ ନିନ୍ଦା କରିଥିଲେ । ଏହି ସମୟରେ ସୁପ୍ରିମକୋର୍ଟ କହିଥିଲେ ରାଜ୍ୟପାଳ ଆରଏନ୍ ରବି ବୋଧହୁଏ ନିଜକୁ ସୁପ୍ରିମକୋର୍ଟଙ୍କ ଉପରେ ବୋଲି ଭାବିନେଇଛନ୍ତି । ସେଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି । ତେବେ ୨୪ ଘଣ୍ଟା ମଧ୍ୟରେ ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ରାଜ୍ୟପାଳ ଆରଏନ୍ ରବିଙ୍କୁ ସମୟ ଦେଇଥିଲେ । ଅନ୍ୟପକ୍ଷେ ୨୪ ଘଣ୍ଟା ନ ବିତୁଣୁ ରାଜ୍ୟପାଳ ଆରଏନ୍ ରବି, ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେ ପୋନମୁଡ଼ିଙ୍କୁ ଆଜି ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ପ୍ରକାଶ, କେ ପୋନ୍‌ମୁଡ଼ି ଡିଏମ୍‌କେ ଦଳର ଜଣେ ବରିଷ୍ଠ ନେତା ହେବା ସହ ଦୀର୍ଘ ସମୟ ଧରି ମନ୍ତ୍ରୀ ପଦ ସମ୍ଭାଳି ଆସିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାରେ ରହିତାଦେଶ ଦେଇଥିଲେ । ତେବେ ଏବେ ଯେତେବେଳେ ଷ୍ଟାଲିନ୍ ନିଜ ମନ୍ତ୍ରିମଣ୍ଡଳକୁ ନୂଆ କରି ସମ୍ପ୍ରସାରିତ କରିଛନ୍ତି ସେତେବେଳେ ପୋନ୍‌ମୁଡ଼ିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରେ ଅବସ୍ଥାପିତ କରିବାକୁ ଚାହିଁଥିଲେ । କିନ୍ତୁ ରାଜ୍ୟପାଳ ଆର୍‌ଏନ୍ ରବି, ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ନେଇ ଚାହୁଁନଥିବାରୁ ସିଧାସିଧା ମନା କରିଦେଇଥିଲେ । ଏପରିକି ସୁପ୍ରିମକୋର୍ଟ ପ୍ରଥମେ ରାଜ୍ୟପାଳ ଆରଏନ୍ ରବିଙ୍କୁ, ପୋନ୍‌ମୁଡ଼ିଙ୍କୁ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟପାଳ ଆରଏନ୍ ରବି ଏହାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ । ଫଳରେ ଡିଏମ୍‌କେ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking