29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପଞ୍ଜଶିରିକୁ ଅକ୍ତିଆର କଲା ତାଲିବାନ୍ !

ପଞ୍ଜଶିରିକୁ ଅକ୍ତିଆର କଲା ତାଲିବାନ୍ !

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଥିବା ତାଲିବାନ-ବିରୋଧି ପ୍ରତିରୋଧକାରୀ ଶକ୍ତିର ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶ ସମ୍ପୂର୍ଣ୍ଣ ରୂପେ ଅକ୍ତିଆରକୁ ଚାଲି ଆସିଛି ଏବଂ ଦେଶ ଏବେ ଯୁଦ୍ଧ ଭଉଁରିରୁ ମୁକ୍ତ ବୋଲି ତାଲିବାନ୍‌ ‌ଘୋଷଣା କରିଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, ଅର୍ଥଲୋଭୀ ଶତ୍ରୁମାନଙ୍କ ଶେଷ ଦୁର୍ଗ ପଞ୍ଜଶୀର ପ୍ରଦେଶ ଉପରେ ପୂର୍ଣ୍ଣ ବିଜୟ ହାସଲ ହୋଇଛି। ସର୍ବଶକ୍ତିମାନ ଈଶ୍ବରଙ୍କ ସାହାଯ୍ୟ ଏବଂ ଆମ ଦେଶବାସୀଙ୍କ ବ୍ୟାପକ ସମର୍ଥନଦ୍ବାରା, ଆମ ଦେଶ ଓ ପ୍ରଦେଶର ସମ୍ପୂର୍ଣ୍ଣ ନିରାପତ୍ତା ଲାଗି ଆମର ସଦ୍ୟତମ ଉଦ୍ୟମ ସଫଳ ହୋଇଛି। ଜବିହୁଲ୍ଲା କହିଛନ୍ତି, ପଞ୍ଜଶୀରରେ ବହୁସଂଖ୍ୟକ ପ୍ରତିରୋଧକାରୀ ସଦସ୍ୟ ନିହତ ହୋଇଛନ୍ତି ଏବଂ ବାକି ପଳାୟନ କରିଛନ୍ତି। ସେ ଦାବି କରିଛନ୍ତି ପଣବନ୍ଦୀ ଥିବା ପଞ୍ଜଶୀରର ଅତ୍ୟାଚାରିତ ତଥା ସମ୍ମାନୀୟ ବ୍ୟକ୍ତିବିଶେଷଙ୍କୁ ମୁକ୍ତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସେମାନଙ୍କୁ ଉଦ୍ଧାର କରାଯାଇଛି। ପଞ୍ଜଶୀରର ସମ୍ମାନୀୟ ବ୍ୟକ୍ତିଙ୍କୁ ଆମେ ନିର୍ଭର ପ୍ରତିଶ୍ରୁତି ଦେଉଛୁ ଯେ, ସେମାନେ ବିଦ୍ବେଷର ସରବ୍ୟ ହେବେ ନାହିଁ, ସେମାନେ ଆମର ଭ୍ରାତା। ଆମେ ଗୋଟିଏ ଦେଶ, ଗୋଟିଏ ଲକ୍ଷ୍ୟ ସାଧନ ନିମନ୍ତେ କାର୍ଯ୍ୟ କରିବୁ। ଏହି ବିଜୟ ଓ ପ୍ରଚେଷ୍ଟା ପରେ ଆମ ଦେଶ ସମ୍ପୂର୍ଣ୍ଣରୂପେ ଯୁଦ୍ଧର ଭଉଁରିରୁ ମୁକ୍ତ ହୋଇଛି। ମୁକ୍ତ ବାତାବରଣରେ, ସ୍ବାଧୀନ ଓ ସମୃଦ୍ଧଶାଳୀ ହୋଇ ଦେଶବାସୀ ସୁଖଶାନ୍ତିରେ ଜୀବନଯାପନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking