39.1 C
Bhubaneswar
Wednesday, April 24, 2024
Homeଓଡିଶାବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଗାଁରେ ପୂର୍ବ ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ସୂଚନା ମିଳିଛି । ପ୍ରଥମେ ମହିଳାଙ୍କୁ ପନିକିରେ ଅକ୍ରମଣ କରାଯାଇଛି ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ଏହି ମାମଲାରେ ୪ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାଯାଇଛି। ଏମାନଙ୍କ ଭିତରେ ୩ ଜଣ ନାବାଳକ ଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ନା’ ବନିତା ମିର୍ଦ୍ଧା। ସେ ଜଣେ ବିଧବା ଥିଲେ। ବର୍ଷକ ତଳେ ବନିତାଙ୍କର ସ୍ବାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ସେ ଘରେ ତାଙ୍କର ଏକମାତ୍ର ପୁଅ (୯ବର୍ଷ) ସହିତ ଏକା ରହୁଥିଲେ। ତାଙ୍କର ଗୋଟିଏ ଝିଅ ଅଛନ୍ତି, ସେ ମାମୁଘରେ ରହି ପାଠ ପଢ଼ୁଛନ୍ତି। ମହିଳା ଜଣକ ଏକା ରହୁଥିଲେ। ସକାଳେ ଘଟଣା ଜଣାପଡ଼ିବା ପରେ ଗାଁ ଲୋକ ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେଥିରେ ୩ ନାବାଳକ ଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବାପା-ପୁଅ ଅଛନ୍ତି। ପୁଲିସ ଶବ ଜବତ କରିଛି। ତେବେ କେଉଁ କାରଣରୁ ତାଙ୍କୁ ଏପରି ବୀଭତ୍ସ ଭାବେ ହତ୍ୟା କରାଯାଇଛି, ତାର ପ୍ରକୃତ କାରଣ ଜଣାପଡ଼ିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking