28.1 C
Bhubaneswar
Sunday, May 26, 2024
Homeଦେଶ ବିଦେଶତାଲିବାନର ବର୍ବରତା, ଖାଦ୍ୟ ଭଲ ନ ଲାଗିବାରୁ ମହିଳାଙ୍କୁ ଜାଳିଦେଲେ

ତାଲିବାନର ବର୍ବରତା, ଖାଦ୍ୟ ଭଲ ନ ଲାଗିବାରୁ ମହିଳାଙ୍କୁ ଜାଳିଦେଲେ

ୱାଶିଂଟନ୍‌: ଖାଦ୍ୟ ସ୍ବାଦିଷ୍ଟ ନ ହେବାରୁ ଜଣେ ମହିଳାଙ୍କୁ ଆତଙ୍କବାଦୀମାନେ ଜୀବନ୍ତ ଜାଳି ଦେଇଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ସମ୍ପ୍ରତି ଆମେରିକାରେ ବାସ କରୁଥିବା ଦେଶର ଜଣେ ଆଗଧାଡ଼ିର ଆଇନଜୀବୀ ନାଜଲା ଆୟୁବି । ସେ କହିଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଖାଦ୍ୟ ରାନ୍ଧିବା ପାଇଁ ବାଧ୍ୟ କରିଥିଲେ । ସେ ଖାଦ୍ୟ ପରଷିବା ପରେ ଏହାର ସ୍ବାଦ ଠିକ୍‌ ନ ଥିବା ଦର୍ଶାଇ ତାଙ୍କୁ ଜାଳି ମାରିଦେଇଥିଲେ । ଉତ୍ତରାଞ୍ଚଳରେ ତାଲିବାନମାନେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ସେ କହିଛନ୍ତି । ଆତଙ୍କବାଦୀ ସେତିକିରେ ଅଟକି ନ ଥିଲେ । ମୃତ ମହିଳାଙ୍କ ଝିଅଙ୍କୁ ସେମାନଙ୍କ ସହିତ ବିବାହ କରିବାକୁ ପରିବାର ସଦସ୍ୟଙ୍କୁ ବାଧ୍ୟ କରିଥିଲେ ବୋଲି ଆୟୁବି କହିଛନ୍ତି ।

ତାଲିବାନମାନେ କ୍ଷମତା ଦଖଲ ପରଠାରୁ ଘଟାଇଥିବା ଏଭଳି କେତେକ ବର୍ବର କାଣ୍ଡର ଦୃଷ୍ଟାନ୍ତ ସେ ଗଣମାଧ୍ୟମରେ ଉପସ୍ଥାପନ କରିଛନ୍ତି । କେତେକ ଯୁବତୀଙ୍କୁ ଯୌନଦାସୀ କରିବା ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । ଏମିତି କି ଶବ ରହିବା ପାଇଁ ବ୍ୟବହୃତ କଫିନ୍‌ରେ ଯୁବତୀଙ୍କୁ ପଡ଼ୋଶୀ ରାଷ୍ଟ୍ରକୁ ଚାଲାଣ ହେଉଥିବା ସେ କହିଛନ୍ତି । ମହିଳାଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୋଗୁଁ ତାଲିବାନମାନେ ତାଙ୍କୁ ବଳପୂର୍ବକ ଦେଶରୁ ବାହାର କରିଦେଇଛନ୍ତି ବୋଲି ଆୟୁବି କହିଛନ୍ତି । ସେହିପରି ତାଲିବାନମାନେ ଜଣେ ଆଫଗାନ୍‌ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକରି ଖୁଣ୍ଟରେ ଝୁଲାଇଦେବା ସହ ଜୀବନ୍ତ ଜାଳିଦେଇଥିବା ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟ ମାର୍କ ୱାକର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏହାଦ୍ବାରା ଆଫଗାନିସ୍ତାନରେ ବାସ କରୁଥିବା ଖ୍ରୀଷ୍ଟିଆନ୍‌ମାନେ ଆତଙ୍କିତ ହୋଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking