24.1 C
Bhubaneswar
Thursday, May 9, 2024
Homeଓଡିଶାଯୁବ ଓ ଛାତ୍ର କଂଗ୍ରେସ ତରଫରୁ, ସଂଗ୍ରାମ ଜେନାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି...

ଯୁବ ଓ ଛାତ୍ର କଂଗ୍ରେସ ତରଫରୁ, ସଂଗ୍ରାମ ଜେନାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ମହମବତୀ ଶୋଭାଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନୟାପଲ୍ଲୀ ଅଧୀନରେ ଥିବା ୱାର୍ଡ଼ ନଂ ୩୯ର ନୂଆସାହି ଠାରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଉପ-ସଭାପତି ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ କ୍ରମେ ନୟାପଲ୍ଲୀ ଯୁବ ଏବଂ ଛାତ୍ର କଂଗ୍ରେସ ତରଫରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ, କଟକ ଜିଲ୍ଲା କଂଗ୍ରେସ
କମିଟିର ପ୍ରଭାରୀ ଓଡ଼ିଶା ପ୍ରଦେଶର ଯୁବ ଏବଂ ଛାତ୍ରଙ୍କ ହୃଦୟର ସ୍ପନ୍ଦନ ଜନପ୍ରିୟ ଯୁବ ନେତା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଜନୋ (ବାପି ଭାଇ) ମହୋଦୟଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଏକ “ମହମବତୀ ଶୋଭାଯାତ୍ରା” ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ତଥା ଯୁବ ନେତା ଦେବବ୍ରତ ମହାନ୍ତି (ବିକି)ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ।

ପ୍ରଥମେ ସ୍ଥାନୀୟ ନୂଆସାହି ଛକ ଠାରେ ବାଦଲ ପରିଡ଼ା, ସିଲୁ ନାୟକଙ୍କ ସଂଯୋଜନାରେ ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ମହମବତୀ ଶୋଭାଯାତ୍ରା ଆରମ୍ଭ କରି ସାହି ପରିକ୍ରମା କରି ୟୁନିଟ୍‌-୮ ଏଚଡ଼ିଏଫସି ବ୍ୟାଙ୍କ ଛକ ଠାରେ ପହଂଚିଥିଲେ । ସେଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଜୀବନ କୁମାର ଦାସ, ବାପି ଭ୍ରମରବରରାୟ, ମନୋଜ ବେହେରା, ପ୍ରଶାନ୍ତ ମିଶ୍ର, ସନ୍ତୋଷ ସାହୁ, ବିଶ୍ୱଜିତ ସାହୁ, ବିକାଶ ମହାନ୍ତି, ଅନ୍ତର୍ଯ୍ୟାମୀ ପ୍ରଧାନ, ଜଗବନ୍ଧୁ ବେହେରା, ତଥାସ୍ତୁ ମିଶ୍ର, କୁମାର କୌଶଳ, ଓମ୍ ପ୍ରକାଶ ଶର୍ମା, ବନି ଓ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଏବଂ କଂଗ୍ରେସ କର୍ମୀଗଣ ଜନପ୍ରିୟ ଯୁବ ନେତା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଜେନା (ବାପି ଭାଇ)ଙ୍କ ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking