38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବାଗାକୁ ଗିରଫ କରିବା ପ୍ରତିବାଦରେ ବିଜେପିର ବିକ୍ଷୋଭ

ବାଗାକୁ ଗିରଫ କରିବା ପ୍ରତିବାଦରେ ବିଜେପିର ବିକ୍ଷୋଭ

ଦିଲ୍ଲୀ:ପଞ୍ଜାବ ପୋଲିସ ଦ୍ୱାରା ବିଜେପି ନେତା ତେଜିନ୍ଦର ପାଲ ସିଂ ବାଗା ଙ୍କୁ ଗିରଫ ମାମଲାରେ ବିବାଦ ବଢିବାରେ ଲାଗିଛି । ବାଗା ଙ୍କ ଗିରଫ ପରେ ଆପ ଏବଂ ବିଜେପି ମୁହାଁ ମୁହିଁ ହୋଇଛନ୍ତି । ବହୁ ସଂଖ୍ୟା ରେ ବିଜେ କର୍ମୀ ମୁଖ୍ୟମନ୍ତ୍ରୀ କେଜ୍ରିୱ୍ୱାଲଙ୍କ ବାସ ଭବନ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ରେ ତେଜିନ୍ଦର ପାଲ ସିଂ ଙ୍କୁ ଗିରଫ କରାଯାଇଥିବା ଆମ ଆଦମୀ ପାର୍ଟି କହିଛି । ବାଗା ଗିରଫ ହେବା ପରେ ପଞ୍ଜାବ ପୋଲିସ ତାଙ୍କୁ ଅପହରଣ କରିଥିବା ବିଜେପି ଅଭିଯୋଗ କରିଛି । ବିଜେପି କହିଛି ଯେ ଅରବିନ୍ଦ କେଜ୍ରିୱ୍ୱ୍ୱାଲ ପୁଲିସ ମାଧ୍ୟମରେ ପ୍ରତିଶୋଧ ନେଉଛନ୍ତି । ଆପ ବିଧାୟକ ଆତିଶ ଦାବୀ କରିଛନ୍ତି ଯେ, ଦିଲ୍ଲୀ ପୁଲିସ କୁ ସହଯୋଗ କରିବାକୁ ପଞ୍ଜାବ ପୁଲିସ ଉଚିତ ପଦକ୍ଷେପ ନେଇଛି । କିନ୍ତୁ ଭାଜପା ଏବଂ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ଅଧିନରେ ରହିଥିବା ଦିଲ୍ଲୀ ପୁଲିସ ବାଗାଙ୍କୁ ବଞ୍ଚାଇବା ପାଇଁ ଅବୈଧ ଭାବରେ ନିଜ କବ୍ଚାକୁ ନେଇଛନ୍ତି । ଆତିଶ ଏହା ମଧ୍ୟ ଦାବି କରିଛନ୍ତି ଯେ ପଞ୍ଜାବ ପୁଲିସ ର ଏକ ଟିମ୍ ଦିଲ୍ଲୀ ପୁଲିସ କୁ ଅବଗତ କରିବା ପାଇଁ ଜନକପୁରୀ ପୋଲିସ ଷ୍ଟେସନ ରେ ପହଁଚିଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking