29.1 C
Bhubaneswar
Monday, May 6, 2024
Homeଅପରାଧମଦ ପିଇବାରୁ ସ୍ୱାମୀକୁ ପିଟି ପିଟି ମାରି ଦେଲା ସ୍ତ୍ରୀ, କହିଲା- ‘ସବୁବେଳେ କେତେ କହିବି,...

ମଦ ପିଇବାରୁ ସ୍ୱାମୀକୁ ପିଟି ପିଟି ମାରି ଦେଲା ସ୍ତ୍ରୀ, କହିଲା- ‘ସବୁବେଳେ କେତେ କହିବି, ଥରକରେ ସାରିଦେଲି’

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଝାନ୍ସିରେ ସ୍ୱାମୀକୁ ପିଟି ପିଟି ହତ୍ୟା କରିଛି ସ୍ତ୍ରୀ । ସେ ରୁମ୍ ବନ୍ଦ କରି ପାଖାପାଖି ୧୦ ମିନିଟ୍ ଧରି ସ୍ୱାମୀକୁ ଲାଠିରେ ପିଟିଥିଲା । ଘର ଲୋକ ବାରମ୍ବାର କବାଟ ବାଡ଼େଇଲେ ମଧ୍ୟ ସେ ଖୋଲି ନଥିଲା । ଗାଁ ଲୋକ ଆସି ରାଣ ନିୟମ ପକାଇବାରୁ ସ୍ତ୍ରୀ କବାଟ ଖୋଲିଥିଲା । ଏହା ପରେ ସ୍ତ୍ରୀ ଗୁରୁତର ସ୍ୱାମୀକୁ ଉଠାଇବାକୁ ବି ଦେଇନଥିଲା । ଯେକୌଣସି ମତେ ଗାଁ ଲୋକ ତାଙ୍କୁ ବୁଝାଇ ସୁଝାଇ ଗୁରୁତର ସ୍ୱାମୀକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବର ପାଇ ପୋଲିସ ପତିହନ୍ତା ସ୍ତ୍ରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

୭ ବର୍ଷ ତଳେ ହୋଇଥିଲା ଉଭୟଙ୍କ ବିବାହ । ଝାନ୍ସି ଜନପଦର ପୁଞ୍ଛ ଥାନା ଅଞ୍ଚଳର ବାବଇ ଗାଁ ନିବାସୀ ପୁଷ୍ପେନ୍ଦ୍ର ଅହିରବାରଙ୍କ ବିବାହ ପାଖାପାଖି ୭ ବର୍ଷ ତଳେ ଜାଲୌନର ମରଗାୟ ଗାଁ ନିବାସୀ ରମାକାନ୍ତୀଙ୍କ ସହ ହୋଇଥିଲା । ସାନ ଭାଇ ରାଘବେନ୍ଦ୍ର ସାଗରଙ୍କ କହିବାନୁସାରେ, ବଡ଼ ଭାଇ ପୁଷ୍ପେନ୍ଦ୍ର ସବୁବେଳେ ମଦ ପିଉଥିଲେ । ଏ ନେଇ ସ୍ତ୍ରୀଙ୍କ ସହ ତାଙ୍କର ସବୁବେଳେ ଝଗଡ଼ା ହେଉଥିଲା । ବୁଧବାର ପୁଷ୍ପେନ୍ଦ୍ର ମଦ ପିଇ ଘରକୁ ଆସିଥିଲା। ଏନେଇ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଘଟଣା ସମୟରେ ସାନଭାଇ ଘରେ ନଥିଲେ ।

ତାଙ୍କ ପତ୍ନୀ ରିତୁ କିନ୍ତୁ ଘରେ ଥିଲେ । ଏହି ସମୟରେ ରମାକାନ୍ତୀ ଘରର କବାଟ ବନ୍ଦ କରି ମଦୁଆ ସ୍ୱାମୀ ପୁଷ୍ପେନ୍ଦ୍ରଙ୍କୁ ଲାଠିରେ ପ୍ରବଳ ପିଟିବାକୁ ଲାଗିଥିଲେ । ତାଙ୍କ ଚିତ୍କାର ଶୁଣି ଯାଆ ରିତୁ କବାଟଖୋଲିବାକୁ କହିଥିଲେ ମଧ୍ୟ ସେ କାହା କଥା ଶୁଣିନଥିଲେ । ଏ ନେଇ ରିତୁ ସ୍ୱାମୀଙ୍କୁ ଫୋନ୍ କରି ଜଣାଇଥିଲେ । ସେ ଘଟଣାସ୍ଥଳରେ ପହଞ୍ଚି ଭାଉଜଙ୍କୁ କବାଟ ଖୋଲିବାକୁ କହିଥିଲେ । ତାଙ୍କ ପାଟି ଶୁଣି ଗାଁ ଲୋକ ବି ଜମା ହୋଇଯାଇଥିଲେ । ପ୍ରାୟ ୧୦ ମିନିଟ୍ ପରେ ଗେଟ୍ ଖୋଲିବାରୁ ପୁଷ୍ପେନ୍ଦ୍ର ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ । ଏହା ପରେ ଘର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ଗୁରୁବାର ତାଙ୍କ ମୃତ୍ୟୁ ଘଟିଛି । ସ୍ୱାମୀ ସବୁ ଦିନ ମଦ ପିଇ ଆସୁଥିବାରୁ ସେ ରାଗରେ ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି । ତେବେ ଏହି ଘଟଣା ବିଷୟରେ ଶୁଣି ଗାଁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking