30.1 C
Bhubaneswar
Friday, April 26, 2024
Homeଓଡିଶାରାହୁରାହଲଦୀ ଠାରେ ସ୍ଵଚ୍ଛ ଗ୍ରାମ ସବୁଜ ଗ୍ରାମ ଅଭିଯାନ କାର୍ଯ୍ୟକ୍ରମ

ରାହୁରାହଲଦୀ ଠାରେ ସ୍ଵଚ୍ଛ ଗ୍ରାମ ସବୁଜ ଗ୍ରାମ ଅଭିଯାନ କାର୍ଯ୍ୟକ୍ରମ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରାହୁରାହଲଦୀ ଠାରେ ନେହେରୁ ଯୁବକେନ୍ଦ୍ର, କଳାହାଣ୍ଡି ଓ ସ୍ୱାମୀ ବିବେକାନନ୍ଦ କ୍ଲବ ତରଫରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ମେହେର, (ଶିକ୍ଷକ) ଏବଂ ଦିନେଶ କୁମାର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ରାହୁରାହଲଦୀର ହନୁମାନ ମନ୍ଦିର ଓ ଗାଁର ପୋଖରୀ ହୁଡ଼ା ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଛି । କଳାହାଣ୍ଡି ବନ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ୧୫୦ ଗୋଟି ଚାରା ବିଭିନ୍ନ କିଷମର କରାଯାଇଥିଲା । ସଂଘ ର କର୍ମକର୍ତା ମାନେ ବୃକ୍ଷ ର ରକ୍ଷଣାବେକ୍ଷଣ ପାଇଁ ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ର ଜାତୀୟ ଯୁବ ସ୍ବେଚ୍ଛାସେବୀ ଅକ୍ଷୟ କୁମାର ମେହେର ପରିଚାଳନା କରିଥିଲା ବେଳେ ରାହୁରାହଲଦୀ ଯୁବକ ସଂଘ ର ସଭାପତି ଆଶିଷ ମେହେର, ସମ୍ପାଦକ ଶ୍ରୀତମ କୁମାର ପଣ୍ଡା, ପରେଶ ମେହେର,ବାପି ପଣ୍ଡା, ହେମରାଜ ମେହେର,ଜିତେନ୍ଦ୍ର ମେହେର ,ତେଜରାଜ ମେହେର ଓ ଅନ୍ୟମାନେ ପ୍ରମୁଖ କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking