ପଞ୍ଚଭୂତରେ ଲୀନ ହେଲେ ହାକିମ ବାବୁ ଅଜିତ ଦାଶ

ଭୁବନେଶ୍ୱର : ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ ।ଆଜି ସତ୍ୟନଗର ମଶାଣିରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ ସୁଚିସ୍ମିତା । ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ସହ ସତ୍ୟନଗରରେ ବିଦାୟ ଦିଆଯାଇଥିଲା । ଏହାପରେ  କୋଭିଡ଼ -୧୯ ନିୟମାବଳୀକୁ ମାନି ଅନ୍ତିମ ସଂସ୍କାର କାର‌୍ୟ୍ୟ ଶେଷ କରାଯାଇଥିଲା । ସେଠାରେ ସିନେ ଓ ନାଟ୍ୟ ଜଗତର ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୧ ବର୍ଷ ବୟସରେ ଓଲିଉଡ଼ ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ପରଲୋକ ଘଟିଥିଲା ।ତାଙ୍କର ବିୟୋଗରେ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରର ସିନେ ପ୍ରେମୀ ମର୍ମାହତ ହୋଇପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here