28.1 C
Bhubaneswar
Friday, April 26, 2024
Homeଓଡିଶାପଂଚାୟତ ସଶକ୍ତିକରଣ ପାଇଁ ଓଡିଶା ସରକାରଙ୍କର ଆନ୍ତରିକତା ନାହିଁ*

ପଂଚାୟତ ସଶକ୍ତିକରଣ ପାଇଁ ଓଡିଶା ସରକାରଙ୍କର ଆନ୍ତରିକତା ନାହିଁ*

ଭୁବନେଶ୍ୱର  – ରାଜୀବ ଗାନ୍ଧୀଙ୍କର ୭୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ “ପଂଚାୟତ ବ୍ୟବସ୍ଥାର ଦୂରାବସ୍ଥା” ଶୀର୍ଷକ ଏକ ଆଲୋଚନା ଚକ୍ର କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ବିଧାନର ୭୩ତମ ଏବଂ ୭୪ ତମ ସଂଶୋଧନ ଆଇନ୍ ମାଧ୍ୟମରେ ତୃଣମୂଳ ସ୍ତରରେ ପଂଚାୟତ ଏବଂ ସ୍ୱାୟତ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ସ୍ୱଗର୍ତ ରାଜୀବ ଗାନ୍ଧୀ । ମାତ୍ର ଓଡିଶା ସରକାର ରାଜ୍ୟର ପଂଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଆନ୍ତରିକତା ଦେଖାଇବା ପରିବର୍ତେ ଏହି ବ୍ୟବସ୍ଥାକୁ ଋଗ୍‌ଣ ଏବଂ ଦୁର୍ବଳ କରୁଛନ୍ତି । ପଂଚାୟତର ପତିନିଧିମାନଙ୍କୁ ପ୍ରଶାସନର ସଖୀ କଣ୍ଢେଇ ସଜାଇ ଅଫିସରମାନଙ୍କର ଅଧସ୍ତନ କର୍ମଚାରୀ ଭାବରେ ପ୍ରତିପାଦିତ କରାଇଛନ୍ତି ବୋଲି ଆଜିର ଆଲୋଚନାରେ ମୁଖ୍ୟବକ୍ତା ଭାବରେ ଭାଗନେଇ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ମତପ୍ରକାଶ କରିଥିଲେ । ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅତିଥି ଭାବେ ଯୋଗଥିଲେ ।
କୋଭିଡ୍ ପରିଚାଳନା ସମୟରେ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ଏକ ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହେଁ । ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ଘୋଷଣା କଲାବେଳେ ବିଡିଓମାନଙ୍କର ବିନା ଦସ୍ତଖତରେ ପଂଚାୟତର ସରପଂଚ କୌଣସି ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଗରୁ ଫେବୃଆରୀ ମାସରେ ପଂଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଏକ ସର୍କୁଲାର ଜାରି କରିଥିଲେ । ତାହା ଆଜି ମଧ୍ୟ ବଳବତର ରହିଛି । ପୁନଶ୍ଚ ସଂଗନିରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ପରିଚାଳନା କରିବା କ୍ଷେତ୍ରରେ ମଇ ୧୧ ତାରିଖରେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲା ବେଳେ ସରପଂଚମାନଙ୍କର ଦାୟିତ୍ୱ ବିଷୟରେ ମଧ୍ୟ ପଦୁଟିଏ କଥା ଉଲ୍ଲେଖ ନକରିବା ସରକାରଙ୍କର ସରପଂଚମାନଙ୍କ ଜିଲ୍ଲାପାଳ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସରପଂଚମାନଙ୍କୁ କୋଭିଡ୍ ପରିଚାଳନା କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବା ଏବଂ ସ୍ୱାଧିନ ଭାବରେ ନିଷ୍ପତି ନେବା କ୍ଷେତ୍ରରେ ଚରମ ବିମୁଖତା ସରକାର ପ୍ରଦର୍ଶନ କରୁଛନ୍ତି । ଏହା ପଂଚାୟତ ବ୍ୟବସ୍ଥା ପ୍ରତି ସରକାରଙ୍କର କେତେ ଆନ୍ତରିକତା ରହିଛି ତାର ପ୍ରମାଣ ଦିଏ ।
ଦୀର୍ଘ ଦିନ ଧରି ପଲ୍ଲୀସଭା ଓ ଗ୍ରାମସଭା ଆୟୋଜନ ନକରିବା, ପଂଚାୟତକୁ ୨୯ଟି ବିଷୟ ଏବଂ ସହରାଂଚଳରେ ସ୍ୱାୟତଶାସନ ବ୍ୟବସ୍ଥାକୁ ୧୮ଟି ବିଷୟରେ ପରିଚାଳନାର କ୍ଷମତା ଦେବା ଆଜି ମଧ୍ୟ କାଗଜ କଲମରେ ରହିଛି । ବାସ୍ତବରେ ଲୋକଙ୍କର ସମସ୍ୟାଗୁଡିକର ସମାଧାନ ଦିଗରେ ପଂଚାୟତ ପ୍ରତିନିଧିମାନଙ୍କର ଯେଉଁ କ୍ଷମତା ପ୍ରଦାନର ଆବଶ୍ୟକତା ରହିଛି, ତାକୁ ରାଜ୍ୟ ସରକାର ପ୍ରକୃତ ସମ୍ମାନ ଦେଇ ନାହାନ୍ତି ବୋଲି ଆଲୋଚନା ଚକ୍ରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି ।
ଆଜିର ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ପିସିସିର ପ୍ରଶିକ୍ଷଣ ସଂଯୋଜକ ଶ୍ରୀ ଶୁଭେନ୍ଦୁ ମହାନ୍ତି, ବିଜୟ ପ୍ରଧାନ, ନିରଦବରଣ ଖୁଂଟିଆ, ବିସ୍ମୟ ମହାପାତ୍ର, ସୁବାଷ ପ୍ରଧାନ, ଚିନ୍ମୟ ଦାସ, ବେଦଦ୍ୟୁତି ପୃଷ୍ଟି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।
ଅନୁରୂପ ଭାବରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଏକ ଜାତୀୟ ଆଲୋଚନା ଚକ୍ର ୱବିନାର୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି । “ସମ୍ବିଧାନ ଓ ଗ୍ରାମ ସ୍ୱରାଜ” ଶୀର୍ଷକ ଆଲୋଚନା ଚକ୍ରରେ ଏଆଇସିସିର ଜାତୀୟ ପ୍ରଶିକ୍ଷଣ ସଂଯୋଜକ ଶ୍ରୀ ସଚିନ୍ ରାଓ, ଅଧ୍ୟକ୍ଷା ସୁଶ୍ରୀ ମୀନାକ୍ଷୀ ନଟରାଜନ, ଉପାଧ୍ୟକ୍ଷ ହର୍ଷବର୍ଦ୍ଧନ ପ୍ରମୁଖ ଏହି ଆଲୋଚନାରେ ବକ୍ତା ଭାବରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking