33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ନିର୍ଦେଶ : ୱେବସାଇଟରେ ଅପଲୋଡ ହେବ ଅପରାଧୀ ମାମଲା ଥିବା ପାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ

ସୁପ୍ରିମକୋର୍ଟଙ୍କ ନିର୍ଦେଶ : ୱେବସାଇଟରେ ଅପଲୋଡ ହେବ ଅପରାଧୀ ମାମଲା ଥିବା ପାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଏଣିକି ସମସ୍ତ ରାଜନୈତିକ ଦଳ ନିଜ ନିଜର ପାର୍ଥୀଙ୍କ ଅପରାଧିକ ତଥ୍ୟ ୱେବସାଇଟରେ ଅପଲୋଡ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି କୌଣସି ଦଳ ଏହି ଆଦେଶକୁ ଅମାନ୍ୟ କରେ ତେବେ ସୁପ୍ରିମକୋର୍ଟ ଏହାକୁ ଅଦାଲତ ଅବମାନନା ରୂପେ ବିଚାର କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଆଞ୍ଚଳିକ ଏବଂ ଜାତୀୟ ଖବରକାଗଜରେ ପ୍ରକାଶ କରାଯିବା ଉଚିତ। ଏହାଛଡ଼ା ସମ୍ପୃକ୍ତ ରାଜନୈତିକ ଦଳର ଫେସ୍‌ବୁକ୍ ଏବଂ ଟୁଇଟର୍ ଆଦି ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ତଥ୍ୟ ପୋଷ୍ଟ୍‍ ହେବା ଉଚିତ।୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକଙ୍କ ସଂଖ୍ୟା ଥିଲା ୨୪। ୨୦୨୦ ବିଧାନସଭା ନିର୍ବାଚନରେ ଏମାନଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ନିର୍ବାଚନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। କେବଳ ଏତିକି ନୂହେଁ ଯେଉଁ ଦଳ ଅପରାଧୀଙ୍କୁ ପାର୍ଥୀ କରୁଥିବ ସେ ଦଳ ସ୍ପଷ୍ଟୀକରଣ ଦେବ କେଉଁ କାରଣ ପାଇଁ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକଟ ଦେଉଛି ତାହା ମଧ୍ୟ ଦଳ ଜଣାଇବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
https://onakhabar.com/2020/02/13/blood-donation-camp-2/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking