26.1 C
Bhubaneswar
Friday, March 29, 2024
Homeଓଡିଶାବିଶାଳ ରକ୍ତ ଦାନ ଶିବିର

ବିଶାଳ ରକ୍ତ ଦାନ ଶିବିର

ଯାଜପୁର ରୋଡ଼ –  ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଜିଲ୍ଲା ରେଡ଼କ୍ରସ ସୋସାଇଟି ସହଯୋଗରେ ସ୍ଥାନୀୟ ବ୍ୟାସନଗର ଷ୍ଟାଡ଼ିୟମଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୧୩ ୟୁନିଟ୍ ରକ୍ତଦାତା ରକ୍ତ ପ୍ରଦାନ କରିଥିଲେ । ଏହି ରକ୍ତ ଦାନ ଶିବିରରେ କୋରାଇର ମାନ୍ୟବର ବିଧାୟକ ଅଶୋକ କୁମାର ବଳ , ଜିଲ୍ଲାପାଳ ତଥା କ୍ରୀଡ଼ାସଂସଦର ସଭାପତି ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ତଥା ଉପସଭାପତି ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ପୌରପରିଷଦର କାଯ୍ୟଁନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ସାଧାରଣ ସଂପାଦକ ସଂବିତ ମହାନ୍ତି ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହଯୋଗ ଯୋଗୁ ଆଜିର ଏହି ରକ୍ତଦାନ ଶିବିର ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡ଼ା ସଂସଦର ଉପସଭାପତି ହାରାଧନ ବାନାର୍ଜୀ, ବିଶ୍ୱମ୍ବର ରାଉତ, ଅଜୟ ନାୟକ, ସହସଂପାଦକ ନିରଞ୍ଜନ ପୃଷ୍ଟି, ସନ୍ତୋଷ ମହନ୍ତ, ରାଜେଶ ରାଉତ, ଅୟଶକାନ୍ତ ସ୍ୱାଇଁ, ଚିତ୍ତରଂଜନ ବେହେରା, ଭାସ୍କର ମଲ୍ଲିକ, ଶରତ ଜେନା, ସୁଧାଂଶୁ ରାଉତରାୟ , ଅସିତ ପାଲ, ଅନାଦି ସାହୁ, ରମେଶ ଚନ୍ଦ୍ର ପଣ୍ଡା, ଶୈଳେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟତଦାରଖ କରିଥିଲେ । ଜିଲ୍ଲାପାଳ ଏହି ରକ୍ତ ଦାନ ଶିବିରକୁ ପ୍ରତିବର୍ଷ ଫେବୃୟାରୀ ମାସରୁ ମାର୍ଚ୍ଚ ମାସ ମଧ୍ୟରେ କରିବାକୁ ଆହ୍ୱାନ ଦେଇଥିଲେ । ବିଧାୟକ କ୍ରୀଡ଼ା ସଂସଦର ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ୟାସନଗର ଅଂଚଳର ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଯଥା କ୍ଲବ ଦି ୟୁଥ ମାସ, ହ୍ୟୁମାନ୍ ନିଡ଼ସ ଅର୍ଗାନାଇଜେସନ, ମାଆ ଚାରିଆଖିଆ ୟୁଥ କ୍ଲବ,ଶିବାନନ୍ଦ କ୍ଲବ, ହେଲପିଂ ଆଇ, ନେତାଜୀ ୟୁଥ ଫାଉଣ୍ଡେସନ, ସହିଦ ଭଗତ ସିଂ ସ୍ମୃତି ସଂସଦକୁ ସମ୍ମାନିତ କରାଯାଇଥିବାବେଳେ କ୍ରୀଡ଼ାବିତ୍ ମାନଙ୍କୁ ପ୍ରେତ୍ସହନ ଦେଉଥିବାରୁ ତେଜ୍ ହୋଣ୍ଡାକୁ କ୍ରୀଡ଼ା ସଂସଦ ତରଫରୁ ସମ୍ମାନିତ କରାଯାଇଥିଲା । ତେଜ ହୋଣ୍ଡାର ପ୍ରୋପାଇଟର ରାକେଶ ରାଉତ, ପ୍ରତିଭା ରାଉତ, ଅଜିତ ପଣ୍ଡ, ଜୋନାଲ୍ ହେଡ଼୍ ହୋଣ୍ଡ ଅମିତ ମହାପାତ୍ର ଏରିଆ ଇନଚାର୍ଜ ହୋଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking