29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକୋଭିଡ୍‌ରେ ଅନାଥଙ୍କ ଲାଗି କେନ୍ଦ୍ରର ଯୋଜନା ସମ୍ପର୍କରେ ସୂଚନା ମାଗିଲେ ସୁପ୍ରିମକୋର୍ଟ

କୋଭିଡ୍‌ରେ ଅନାଥଙ୍କ ଲାଗି କେନ୍ଦ୍ରର ଯୋଜନା ସମ୍ପର୍କରେ ସୂଚନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୋଭିଡ୍‌ରେ ପିତାମାତା ହରାଇ ଅନାଥ ହୋଇଯାଇଥିବା ପିଲାଙ୍କ ଲାଗି କେନ୍ଦ୍ର ସରକାର କି ପ୍ରକାର କଲ୍ୟାଣ ଯୋଜନା ପ୍ରସ୍ତୁତ କରିଛନ୍ତି, ତା’ର ସବିଶେଷ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଏଲ୍ ନାଗେଶ୍ୱର ରାଓ ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ହିତାଧିକାରୀଙ୍କ ଚିହ୍ନଟ, ଯୋଜନା ଉପରେ ନଜର ରଖିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଖଣ୍ଡପୀଠ କହିଛନ୍ତି, ୧୦ଟି ରାଜ୍ୟ ଯଥା ତେଲେଙ୍ଗାନା, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଓ ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ବ୍ୟାପକ ହୋଇଥିବାରୁ ଏହି ରାଜ୍ୟଗୁଡ଼ିକରେ ଅଧିକ ସଂଖ୍ୟାରେ ଶିଶୁ ଅନାଥ ହୋଇଛନ୍ତି ।

ଦିଲ୍ଲୀ ଏବଂ କେରଳ ସମେତ କେତେକ ରାଜ୍ୟରେ ଏଭଳି ଅନାଥ ପିଲାଙ୍କ ପାଇଁ ଯୋଜନା ଘୋଷଣା କରାଯାଇଛି । ଗତ ଶନିବାର କେନ୍ଦ୍ର ସରକାର ମଧ୍ୟ ଅନାଥ ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି । ସେମାନେ ୨୩ବର୍ଷରେ ପହଞ୍ôଚବା ପରେ ସେମାନଙ୍କୁ ୧୦ଲକ୍ଷ ଟଙ୍କାର କର୍ପସ୍ ପାଣ୍ଠି ପ୍ରଦାନ କରାଯିବ । ଏହି ଯୋଜନା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଦ୍ୱାରା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୧୧-୧୮ବର୍ଷ ବୟସର ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଯିବ । ଏଥିସହ ପିଲାମାନଙ୍କ ନାମରେ ସ୍ଥାୟୀ ଜମାଖାତା ଖୋଲାଯିବ ଏବଂ ସେମାନଙ୍କୁ ୨୩ବର୍ଷ ହେଲାପରେ ସେମାନେ ଟଙ୍କା ପାଇବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୭ତାରିଖରେ କରାଯିବାକୁ ସୁପ୍ରିମକୋର୍ଟ ଦିନଧାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking