32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ, ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ସୁପର ଟାଇଫୁନ...

ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ, ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ସୁପର ଟାଇଫୁନ ନାନ୍‌ମାଡୋଲ

ଜାପାନ: ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ । ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ସୁପର ଟାଇଫୁନ ନାନ୍‌ମାଡୋଲ । ଦେଶର ଦକ୍ଷିଣାଞ୍ଚଳରେ ଥିବା କ୍ୟୁସୁ ଆଇଲ୍ୟାଣ୍ଡକୁ ହିଟ୍‌ କରିପାରେ । ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତୁରନ୍ତ ଘର ଛାଡି ନିରାପଦ ସ୍ଥାନକୁ ଚାଲିଯିବା ଲାଗି ଦିଆଯାଇଛି ନିର୍ଦ୍ଦେଶ । ଜାପାନ ଏୟାରଲାଇନ୍ସ ଓ ଅଲ ନିପନ ଏୟାରେଓ୍ଵଜର ୩୩୫ ବିମାନର ଉଡାଣ ବାତିଲ କରାଯାଇଛି ।

ଘଣ୍ଟାପ୍ରତି ୨୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ମିଆମୀ ଦାଇତୋ ଦ୍ଵୀପପୁଞ୍ଜ ନିକଟରେ ଏହା ବର୍ତ୍ତମାନ ଗତିଶୀଳ ରହିଛି । କ୍ୟୁସୁ ଆଇଲ୍ୟାଣ୍ଡ ଓ ଦକ୍ଷିଣ କାଗୋସିମାରେ ଏହା ହିଟ୍‌ କରି ଜାପାନ ଅଭିମୁଖେ ଗତି କରିବ । ସାମୁଦ୍ରିକ ଝଡ଼ ପ୍ରଭାବରେ ଭୟଙ୍କର ଜୁଆର ଉଠିବା ସହ ପ୍ରବଳ ବର୍ଷା ଓ ପବନ ହେବ ବୋଲି କହିଛି ଜାପାନ ମେଟେରୋଲୋଜିକାଲ ଏଜେନ୍ସି । ଏହା ଏକ ଅତି ଭୟଙ୍କର ଝଡ଼ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି ।

ତୋଫାନରେ ଅନେକ ଘର ଧସିପଡ଼ିବାର ସମ୍ଭାବନା ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଜାପାନରେ ପ୍ରତିବର୍ଷ ୨୦ଟି ଘୁର୍ଣ୍ଣିଝଡ ହୋଇଥାଏ । ଏହା ୨୦୨୨ ମସିହାର ଶକ୍ତିଶାଳୀ ଟାଇଫୁନ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକଲସ୍‌ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking