27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସତରେ କ’ଣ ଭୂତ ଅଛନ୍ତି? କ’ଣ କହୁଛି ଆଇନଷ୍ଟାଇନଙ୍କ ସିଦ୍ଧାନ୍ତ? ଭୂତଙ୍କୁ ନେଇ ବିଜ୍ଞାନର ତର୍କ...

ସତରେ କ’ଣ ଭୂତ ଅଛନ୍ତି? କ’ଣ କହୁଛି ଆଇନଷ୍ଟାଇନଙ୍କ ସିଦ୍ଧାନ୍ତ? ଭୂତଙ୍କୁ ନେଇ ବିଜ୍ଞାନର ତର୍କ ଏମିତି…

ନୂଆଦିଲ୍ଲୀ: ଦୁନିଆରେ ସତରେ କ’ଣ ଭୂତଅଛନ୍ତି? ଏହାକୁ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ଯଦି ଆପଣ ମଧ୍ୟ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଛନ୍ତି ତେବେ ଆପଣ ଏକା ନୁହଁନ୍ତି, ଦୁନିଆର ଅନେକ ଲୋକ ଆତ୍ମା ଓ ମୃତ୍ୟୁ ସହ ଅନ୍ୟ ଦୁନିଆରେ ରହୁଥିବା ଲୋକଙ୍କ ଉପରେ ମଧ୍ୟ ବିଶ୍ୱାସ କରିଥାନ୍ତି। ଭୂତ ଉପରେ ବିଶ୍ୱାସ କରିବା ଦୁନିଆର ସର୍ବାଧିକ ପାରାନୋର୍ମାଲ ଆକ୍ଟିଭିଟି ମଧ୍ୟରେ ଗୋଟିଏ। ସବୁଦିନ ହଜାର ହଜାର ଲୋକ ଭୂତ କାହାଣୀ ଶୁଣିଥାନ୍ତି ଓ ପଢ଼ିଥାନ୍ତି ଏହାସହ ଭୂତ ଉପରେ ଅନେକ ଚଳଚ୍ଚିତ୍ର ମଧ୍ୟ ଦେଖିଥାନ୍ତି। ଏହାରି ଭିତରେ ପ୍ରଶ୍ନ ଉଠିଥାଏ ଯେ ଭୂତକୁ ନେଇ ବୈଜ୍ଞାନିକଙ୍କ ମତ କଣ ରହିଛ?

୨୦୧୯ରେ ଭୂତକୁ ନେଇ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣା ପଡ଼ିଥିଲା ଯେ ଆମେରିକାର ୪୬ ପ୍ରତିଶତ ଲୋକ ଭୂତ ଉପରେ ବିଶ୍ୱାସ କରିଥାନ୍ତି। ସେହିଭଳି ଏହି ସର୍ଭେରେ ୭ ପ୍ରତିଶତ ଲେକ ପିଶାଚ ଉପରେ ମଧ୍ୟ ବିଶ୍ୱାସ କରୁଥିବା ଜଣାପଡ଼ିଛି। ତେବେ ଭୂତର କାହାଣୀ ସବୁ ଧର୍ମ ଓ ସାହିତ୍ୟରୁ ମିଳିଥାଏ। ଅନେକ ଲୋକ ପାରାନୋର୍ମାଲ ଆକ୍ଟିଭିଟି ଉପରେ ବିଶ୍ୱାସ କରିଥାନ୍ତି ଓ ମୃତ୍ୟୁ ପରେ ମଧ୍ୟ ଜୀବନର ଉପସ୍ଥିତିକୁ ବିଶ୍ୱାସ କରିଥାନ୍ତି। ଅକ୍ସଫୋର୍ଡ ଓ କେମ୍ୱ୍ରିଜ ଭଳି ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ମଧ୍ୟ ଘୋଷ୍ଟ କ୍ଲବ୍‌ ରହିଛି।

ଭୂତର ଉପସ୍ଥିତି ଓ ଏହାର ସତ୍ୟତା ଜାଣିବା ପାଇଁ ୧୮୮୨ରେ ସୋସାଇଟି ଫର୍‌ ଫିଜିକାଲ ରିସର୍ଚ୍ଚ ଗଠନ କରାଯାଇଥିଲା। ଇଲେନାର ସିଡବିକ୍‌ ନାମକ ଜଣେ ମହିଳା ଏହି ସୋସାଇଟିର ଅଧ୍ୟକ୍ଷ ଓ ଇନଭେଷ୍ଟିଗେଟର ରହିଥିଲେ। ସିଡବିକ୍‌ଙ୍କୁ ଫିମେଲ ଘୋଷ୍ଟବଷ୍ଟର କୁହାଯାଉଥିଲା। ଆମେରିକାରେ ଖ୍ରୀଷ୍ଟାବ୍ଦ ୧୮୦୦ ଶେଷ ବେଳକୁ ଅନେକ ଗବେଷଣା ଓ ସର୍ଭେ କରାଯାଇଥିଲା। ହେଲେ ପରେ ସାମ୍ନାକୁ ଆସିଥିଲା ଯେ ଏହାର ମୁଖ୍ୟ ଯାଞ୍ଚକର୍ତ୍ତା ହେରି ହୋଡିନି ଜଣେ ଠକ ଅଟନ୍ତି।

ଅନ୍ୟପଟେ ବୈଜ୍ଞାନିକ ଆଧାରରେ ଭୂତ ଉପରେ ଗବେଷଣା କରିବା ଅଡ଼ୁଆ ହୋଇଥାଏ। କାରଣ ଏହି ପ୍ରକାର ଆକ୍ଟିଭିଟିରେ ଅଲୌକିକ ଏବଂ ଅପ୍ରତ୍ୟାସିତ ଘଟଣା ଘଟିଥାଏ। ଯେଉଁଭଳି, ଆପେ ଆପେ ଘରର କବାଟ ଖୋଲିବା, କୌଣସି ମୃତ ସମ୍ପର୍କୀୟଙ୍କୁ ଦେଖିବା, ଚାବି ହଜିଯିବା, ସଡ଼କ ଉରରେ କୌଣସି ଛାଇ ପଡ଼ିବା ଇତ୍ୟାଦି। ୨୦୧୬ରେ ସମାଜଶାସ୍ତ୍ରୀ ଡେନିସ ଓ ମିଶେଲ ବାସକୁଲ  ଭୂତ ଉପରେ ଏକ ପୁସ୍ତକ ଲେଖିଥିଲେ, ଯାହାର ନାମ ହେଉଛି ‘ଘୋଷ୍ଟଲି ଏନକାଉଣ୍ଟର୍ସ: ଦି ହାଉଣ୍ଟିଂସ୍‌ ଅଫ୍ ଏଭ୍ରିଡେ ଲାଇଫ୍‌’ ( Ghostly Encounters: The Hauntings of Everyday Life)। ଏହି ପୁସ୍ତକରେ ଲୋକେ ଭୂତକୁ ନେଇ ଅନୁଭବ କରୁଥିବା ଅନେକ କାହାଣୀ ରହିଛି। ପୁସ୍ତକରେ ଲେଖାଯାଇଛି ଯେ ଅନେକ ଲୋକ ବାସ୍ତବରେ ଜାଣିନଥାନ୍ତି ଯେ ସେମାନେ ପ୍ରକୃତରେ ଭୂତ ଦେଖିଛନ୍ତି କି ନାହିଁ?  କାରଣ ସେମାନେ ଦେଖୁଥିବା ଜିନିଷ ପାରମ୍ପାରିକ ଭୂତ ଚିତ୍ର ସହିତ ମେଳ ଖାଏ ନାହିଁ।

ଅନେକ ଲୋକ ମଧ୍ୟ କହିଥାନ୍ତି ଯେ ସେମାନେ ଏପରି ଜିନିଷକୁ ଦେଖିଥାନ୍ତି ଏବଂ ଘଟଣାକୁ ଅନୁଭବ କରିଥାନ୍ତି, ଯାହାକୁ ପ୍ରମାଣ କରି ପ୍ରକାଶ କରିବା କଷ୍ଟକର ହୋଇଥାଏ। ଲୋକମାନେ ନିଜ ଢ଼ଙ୍ଗରେ ଭୂତର ନାମକରଣ କରିଥାନ୍ତି। ଯେଉଁଭଳି ପୋଲଟର୍ଜିଷ୍ଟ ଅର୍ଥାତ ଡରାଉଥିବା ଭୂତ, ରେସିଡ୍ୟୁଲ ହାଣ୍ଟିଂସ୍‌ ଅର୍ଥାତ ଅବଶିଷ୍ଟ ଭୂତ, ଇଣ୍ଟେଲିଜେଣ୍ଟ ସ୍ପିରିଟ୍‌ସ ଅର୍ଥାତ ବୁଦ୍ଧିମାନ ଆତ୍ମା ଓ ଶେଡୋ ପିପୁଲ ଅର୍ଥାତ ଛାଇ ପରି ଦେଖାଯାଉଥିବା ଭୂତ। ଏପରି ନାମକରଣ ଦେଖି ଜଣାପଡ଼ୁଛି, ଯେମିତି ମଣିଷ ଭୂତର ମଧ୍ୟ ବିଭିନ୍ନ ପ୍ରଜାତି ବନାଇ ଦେଇଛନ୍ତି। ଭୂତର ଏହି ନାମ ବିଭିନ୍ନ ଲୋକଙ୍କ ଅନୁସାରେ ବଦଳିଥାଏ।

ବିଜ୍ଞାନ ଅନୁସାରେ, ଯେତେବେଳେ ଭୂତକୁ ନେଇ ଆଲୋଚନା ହୋଇଥାଏ, ସେତେବେଳେ ପ୍ରଥମେ ଏହି କଥା ସାମ୍ନାକୁ ଆସିଥାଏ ଯେ, ଭୂତ ଏକ ବସ୍ତୁ ନା ନୁହେଁ? କ’ଣ ସେ କବାଟକୁ ନିଜେ ବନ୍ଦ କରିଥାଏ ଓ ଖୋଲିଥାଏ? କ’ଣ ସେ କୌଣସି ଜିନିଷକୁ ଗୋଟିଏ ରୁମ୍‌ରୁ ଅନ୍ଯ ରୁମ୍‌କୁ ଫିଙ୍ଗିଥାଏ? ଭୂତକୁ ନେଇ ଏହି ସବୁ ବିଶ୍ୱାସ ଉପରେ ଅନେକ ବିବାଦ ଲାଗିରହିଥାଏ। ଯଦି ତର୍କ ଆଧାରରେ ଆମେ ଭୂତକୁ ଦେଖିବା ତେବେ ଭୂତ ଯଦି ଏକ ମଣିଷର ଆତ୍ମା ହୋଇଥାଏ, ତାହେଲେ ଡ୍ରେସ ପିନ୍ଧିଥିବାର କାହିଁକି ଦେଖା ଦେଇଥାଏ? ତା’ ହାତରେ ଲାଠି, ଟୋପି ଓ ଡ୍ରେସରେ କାହିଁକି ଦେଖାଦିଏ?

ଭୂତକୁ ଧରିବା ଓ ମାରୁଥିବା ଘୋଷ୍ଟ ହଣ୍ଟର୍ସ ଏନେକ ତର୍କ ରଖିଥାନ୍ତି। ଭୂତ, ଆତ୍ମାର ଉପସ୍ଥିତିକୁ ଜାଣିବା ପାଇଁ ସେମାନେ ବୈଜ୍ଞାନିକ ଉପକରଣକୁ ମଧ୍ୟ ବ୍ୟବହାର କରିଥାନ୍ତି।ଭୂତକୁ ଦେଖିବା, ତା’ର ଉପସ୍ଥିତିକୁ ଯାଞ୍ଚ କରିବା ପାଇଁ ଅତ୍ୟାଧୁନିକ ମେସିନର ସାହାରା ମଧ୍ୟ ନେଇଥାନ୍ତି। ଏହି ମେସିନଗୁଡ଼ିକ ମଧ୍ୟରେ ଅଧିକ ପ୍ରଚଳିତ ହେଉଥିବା ମେସିନଗୁଡ଼ିକ ହେଲା ଗିଗର୍‌ କାଉଣ୍ଟର୍ସ, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍‌ ଫିଲ୍ଡ୍‌ ଡିଟେକ୍ଟର୍ସ, ଆୟନ ଡିଟେକ୍ଟର୍ସ ଓ ସେନ୍ସିଟିଭ ମାଇକ୍ରୋଫୋନ। ହେଲେ ବର୍ତ୍ତମାନ ଯାଏ ଏହି ମେସିନ ସାହାଯ୍ୟରେ ଭୂତକୁ ଧରିବା କିମ୍ୱା ଦେଖିବାର ପ୍ରମାଣ ମିଳିନାହିଁ।

ଏହାକୁ ନେଇ ବୈଜ୍ଞାନିକଙ୍କ କହିବା କଥା ହେଲା ବର୍ତ୍ତମାନ ଯାଏ କୌଣସି ଏମିତି ଉପକରଣ ବାହାରି ନାହିଁ ଯେ ଭୂତର ଉପସ୍ଥିତି ଓ ଏହାର ଆକାର,ବ୍ୟବହାରକୁ ଜାଣି ହେବ। ହେଲେ ପ୍ରଶ୍ନ ଉଠେ ଯେ ଲୋକମାନେ ଉତ୍ତଳନ କରୁଥିବା ଫଟୋଗ୍ରାପ୍ସ ଓ ଭିଡିଓ ପଛରେ କେହି ପଳାଉଥିବା, ହସୁଥିବା, ନହିଁ ପଡ଼ୁଥିବା, ଡରାଉଥିବା ଭୂତ କେଉଁଭଳି ଦେଖାଯାଇଥାଏ? ଯଦି ଭୂତ ରହିଛି ତେବେ ବୈଜ୍ଞାନିକ ଏହାର ଗବେଷଣା କରିବାରେ କାହିଁକି ଫେଲ୍‌ ମାରୁଛନ୍ତି?

ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଭୂତର ଅସ୍ତିତ୍ୱ ଉପରେ ଆଧୁନିକ ଫିଜିକ୍ସର ଏକ ସିଦ୍ଧାନ୍ତ ଦେଇଥିଲେ। ଯାହାକୁ ଥର୍ମୋଡାଇନାମିକ୍ସର ପ୍ରଥମ ନିୟମ କୁହାଯାଏ। ଏହି ନିୟମ ଅନୁସାରେ ଶକ୍ତିକୁ ସୃଷ୍ଟି କରାଯାଇପାରେନି କି ନଷ୍ଟ ମଧ୍ୟ କରାଯାଇ ପାରେନାହିଁ । ଏହା କେବଳ ରୂପ ପରିବର୍ତ୍ତନ କରିଥାଏ। ଏପରି ସ୍ଥିତିରେ, ପ୍ରଶ୍ନ ଉଠେ ଯେ, ଶରୀରରୁ ବାହାରୁଥିବା ଶକ୍ତି କ’ଣ ହୁଏ? ଶରୀରରୁ ବାହାରୁଥିବା ଶକ୍ତି ଏହାର ରୂପ ପରିବର୍ତ୍ତନ କରେ କି? ମୃତ୍ୟୁ ପରେ ଶରୀରର ଶକ୍ତି ଶେଷ ହୁଏ ନା ଏହା ଅନ୍ୟ କୌଣସି ସ୍ଥାନକୁ ଯାଇଥାଏ?

ଆଲବର୍ଟ ଆଇନଷ୍ଟାଇନଙ୍କ ଏହି କଠିନ ସିଦ୍ଧାନ୍ତକୁ ବୁଝିବା ପାଇଁ ଆପଣକୁ କଷ୍ଟ ହେଉଥିବ ନିଶ୍ଚିତ। ହେଲେ ଏହାର ଉତ୍ତର ଏକଦମ ସରଳ। ମଣିଷର ଶରୀର ମୃତ୍ୟୁ ହେବାପରେ ଏହାର ଶକ୍ତି ବାହାରିଯାଇ ଆଖପାଖ ପରିବେଶରେ ମିଶିଯାଇଥାଏ। ସୂଚନା ଥାଉକି, ଏପରି କୌଣସି ଶାରୀରିକ ଶକ୍ତି ନାହିଁ, ଯିଏ କି ମୃତ୍ୟୁ ପରେ ଅନ୍ୟ କୌଣସି ଶରୀରିରେ ପ୍ରବେଶ କରିଥାଏ। ଏହାକୁ କେହି ତାନ୍ତ୍ରିକ କିମ୍ୱା ଘୋଷ୍ଟ ହଣ୍ଟର ଦେଖିପାରନ୍ତି ନାହିଁ। କାରଣ ଶରୀରୁ ବାହାରୁ ଥିବା ଶକ୍ତି ବ୍ରହ୍ମାଣ୍ଡରେ ଏତେ ଛୋଟ ହୋଇଥାଏ ଯେ ଏହାକୁ ଧରି ହୁଏ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking