39.1 C
Bhubaneswar
Friday, April 26, 2024
Homeଓଡିଶାବେକରେ ଗାମୁଛା ଲଗାଇ ବାଳିକାର ଆତ୍ମହତ୍ୟା ସନ୍ଦେହ 

ବେକରେ ଗାମୁଛା ଲଗାଇ ବାଳିକାର ଆତ୍ମହତ୍ୟା ସନ୍ଦେହ 

ମୟୁରଭଞ୍ଜ(ଘାସିରାମ ବେହେରା)- ପୁଣି ସାମ୍ନାକୁ ଆସିଛି ନାବାଳିକା ଆତ୍ମହତ୍ୟା ଘଟଣା। ତେବେ ଆତ୍ମହତ୍ୟା ପଛରେ କଣ ରହିଛି କାରଣ ସ୍ପଷ୍ଟ ହୋଇପାରି ନ ଥିବା ଜଣାପଡିଛି। ଯାହାକୁ ନେଇ ସନ୍ଦେହ ଯେତିକି ସୃଷ୍ଟି କରୁଛି ତାଠାରୁ ଅଧିକ ରହସ୍ୟମୟ ପରିସ୍ଥିତି ସୃଷ୍ଟି କରୁଥିବା ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି।ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ପଞ୍ଚାୟତର ଘଟଣା। ଏଠାରେ ଥିବା ଅସନକୁଦର ନିକଟ ବରହାକାମୁଡ଼ା ପୁନଃର୍ବାସ ଖଡ଼ିଆଜନଜାତି କଲୋନୀରେ ଘଟିଯାଇଛି। ଜଣେ ବାଳିକା ନିଜ ଘର ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଜଣାଯାଇଛି।କଲୋନୀରେ ରହୁଥିବା ଶୁକ୍ର ଦେହୁରୀଙ୍କ ଝିଅ ଜ୍ୟୋତି ଦେହୁରୀ (୧୫ ବର୍ଷ) ଯଶିପୁର ନିକଟ ଅଙ୍ଗାରପଦାର ଏକ ବିଦ୍ୟାଳୟରେ ରହି  ଅଷ୍ଟମ ଶ୍ରେଣୀରେ ପାଠପଢୁ ଥିଲା। ହେଲେ ଲକଡାଉନ ପୂର୍ବରୁ ବିଦ୍ୟାଳୟରୁ ଆସି ନିଜଘରେ ରହୁଥିଲେ। ଶନିବାର ଘରେ କେହିନଥିବା ବେଳେ ବାଳିକା ଜଣକ ଘର ଭିତରେ ଆତ୍ମହତ୍ୟା କରିଥିଲେ। ତେବେ ନିକଟସ୍ଥ ସାଲେଇବେଡା ଗ୍ରାମକୁ ଯାଇଥିବା ତାର ବାପା ଓ ମାଆ ସନ୍ଧ୍ୟାରେ ଘରକୁ ଫେରି ଝିଅ ଆତ୍ମହତ୍ୟା କରିଥିବାର ଦେଖିଥିଲେ। ଏନେଇ ଠାକୁରମୁଣ୍ଡା ଥାନାରେ ଖବର ଦେବା ପରେ ମାଜିଷ୍ଟ୍ରେଟ ଭାବରେ ଠାକୁରମୁଣ୍ଡା ଅତିରିକ୍ତ ତହସିଲଦାର ମନୋଜ କାର୍ଜି,
ସ୍ଥାନୀୟ ସରପଞ୍ଚ ରମେଶ ନାୟକଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ଥାନା ଏଏସଆଇ ଅକ୍ଷୟ କୁମାର ସାହୁ , ମୃତଦେହକୁ ଉଦ୍ଧାର କରି ପରେ କରଞ୍ଜିଆ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାଯାଇଛି। ତେବେ ଏନେଇ ଠାକୁରମୁଣ୍ଡା ଥାନାରେ କେଶ ନଂ୦୭ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ଅଧିକତଦନ୍ତ କରୁଥିବା ଜଣାଯାଇଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking