33.1 C
Bhubaneswar
Wednesday, April 24, 2024
Homeଓଡିଶାଉଲ୍ଲଘଂନକାରୀଙ୍କୁ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଚେତାବନୀ, ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ଉଲ୍ଲଘଂନକାରୀଙ୍କୁ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଚେତାବନୀ, ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟର ରେହିବାବଳେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭଭିଯୋଗ ହୋଇଛି । ପ୍ରଶାସନ ଉପରେ ଅବହେଳାର ଦୋଷ ଦେଇ କ୍ୱାରେଣ୍ଟାଇନ୍ ସେଣ୍ଟର ଛାଡ଼ି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ବିଭିନ୍ନ ସ୍ଥାନରେ ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି କଡ଼ା ନିର୍ଦ୍ଦେଶାବଳି ଜାରି କରିଛନ୍ତି । ଉଲ୍ଲଘନକାରୀଙ୍କ ବିରୁଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଡିଜି ପୁଲିସ ମଧ୍ୟ ଉଲ୍ଲଘଂନ କାରୀଙ୍କ ବିରୁଧରେ ଆଇନ୍ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନି ଦେଇଛନ୍ତି ।
ଗୁଜୁରାଟ୍ ଓ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି । କରୋନା ମହାମାରିକୁ ମୁକାବିଲା ପାଇଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇ ନାହିଁ । ସେମାନେ ପ୍ରଥମେ ୧୪ଦିନ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କର ରହିବା ଖାଇବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ୧୪ଦିନ କ୍ୱରାରେଣ୍ଟାଇନ୍‌ରେ ରହି ଘରକୁ ଫେରିଲା ବେଳେ ସେମାନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଦେବା ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ କିଛି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ଓ ଖାଇବାର ଅବ୍ୟବସ୍ଥା ନେଇ ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ସୁରଟ୍ ଫେରନ୍ତାମାନେ ଏଭଳି ଅଭିଯୋଗ ଆଣିଛନ୍ତି । ପ୍ରାୟ ଶତାଧିକ ଲୋକ କ୍ୱାରେଣ୍ଟାଇନ୍ ସେଣ୍ଟର ଛାଡ଼ି ଚାଲିଯାଇଥିବା ବେଳେ ଆଉ କେତକ ସ୍ଥାନରେ ନିମ୍ନମାନର ଖାଦ୍ୟ ଦର୍ଶାଇ ନଖାଇ ଫିଙ୍ଗି ଦେଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରେ ସମାଜିକ ଦୂରତା ମାନିବାର ବ୍ୟବସ୍ଥା କରାଯାଇଥିବା ବେଳେ ଭଦ୍ରକରେ କ୍ୱାରେଣ୍ଟାଇନ୍ ସେଣ୍ଟରେ ଥିବା ପ୍ରବାସୀ ଟିକ୍ ଟକ୍ ଭିଡିଓ ସୁଂଟି କରିବା ଖବର ଆସିଛି ।
ଏସବୁକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠି ନିୟମ ନମାନିଲେ ଗିରଫ କରାଯିବ ବୋଲି କଡ଼ା ଚେତାବନି ଦେଇଥିଲେ । ହେଲେ ଉଲ୍ଲଘଂନକାରୀଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ୁ ନାହିଁ । ଫଳରେ ଆଜି ମୁଖ୍ୟମନ୍ତ୍ରୀ ଓ ପୁଲିସ୍ ଡିଜି ଟ୍ୱିଟ୍ କରି କଡ଼ା ନିର୍ଦ୍ଦେଶନାମା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ରାଜ୍ୟକୁ ଫେରୁଥିବା ପ୍ରେତ୍ୟକ ଓଡ଼ିଆ ଆମ ନିଜର । ବର୍ତ୍ତମାନ ସମୟରେ ସାମାନ୍ୟ ଅସବଧାନତା ଅନେକଙ୍କୁ ବିପଦରେ ପକାଇବ । ପ୍ରତ୍ୟକ ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟାଇନ୍‌ର ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି । ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର ସହ କାର୍ଯ୍ୟ କରୁଛନ୍ତି । ବହୁ ଓଡ଼ିଆ ନିଜ କାମରୁ ଉର୍ଦ୍ଧ୍ୱକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଦଭୁଦ ପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି । ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତର ଦାୟିତ୍ୱ ନର୍ବାହ କରନ୍ତୁ । ବାହାର ରାଜ୍ୟରୁ ଆସିଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ । ଏହାର ଉଲ୍ଲଘଂନ କ୍ଷେତ୍ରରେ ସରପଂଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି ।
ଡିଜି ପୁଲିସ ଅଭୟ ଟ୍ୱିଟ୍ କରି କହିଛନ୍ତି, କୋଭିଡ୍‌-୧୯ କ୍ଷେତ୍ରରେ କେହି ଅନ୍ୟର ଜୀବନକୁ ବିପଦରେ ପକାଇଲାଭଳି କାର୍ଯ୍ୟକଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆଇନ୍ ଅନୁସାରେ ଗ୍ରହଣ କରାଯିବ । ଯେଉଁମ।ନେ ରାଜ୍ୟ ବାହାରୁ ଫେରୁଛନ୍ତି ସେମାନଙ୍କର ସମସ୍ତ ସୁବିଧା କରାଯାଉଛି । ଏହାର ଅବହେଳା ଦର୍ଶାଇ କେହି କିଛି କାର୍ଯ୍ୟକ୍ରମ ଗ୍ରହଣ କଲେ ତାକୁ ଗ୍ରହଣ କରାଯିବ ନାହିଁ । କ୍ୱାରେଣ୍ଟାଇନ୍ ରେ ରହିଲାବେଳେ ଯେଉଁ ନିୟମ ନିର୍ବାରଣ କରାଯାଇଛି ତାକୁ କଡ଼ା କଡ଼ି ଭାବେ ପାଳନ କରିବାକୁ ଡିଜି ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking