28.1 C
Bhubaneswar
Thursday, March 28, 2024
Homeଓଡିଶାକେନ୍ଦ୍ରାପଡ଼ାରେ ପହଂଚିଲେ କେରଳରୁ ୨୮୩ ଦାଦନ, ପଞ୍ଜିକରଣ କରିଥିଲେ ୨୭୪

କେନ୍ଦ୍ରାପଡ଼ାରେ ପହଂଚିଲେ କେରଳରୁ ୨୮୩ ଦାଦନ, ପଞ୍ଜିକରଣ କରିଥିଲେ ୨୭୪

କେନ୍ଦ୍ରାପଡ଼ା : କେରଳରେ ଦାଦନ ଖଟୁଥିବା ୨୮୩ ଜଣ ଶ୍ରମିକ ରବିବାର କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଛନ୍ତି । ଏହି ଘରବାହୁଡ଼ା ଶ୍ରମିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ ଯୋଗେ ବିଭିନ୍ନ ପଂଚାୟତକୁ ପଠାଇ ଦିଆଯିବା ସହ ପଂଚାୟତରେ ହୈାଇଥିବା ଅସ୍ଥାୟି କ୍ୱାରେଂଟାଇନ ସେଂଟରରେ ରଖାଯାଇଛି । କେରଳରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନରେ ମୋଟ ୧୧୫୦ ଜଣ ଶ୍ରମିକ କେରଳରୁ ଓଡ଼ିଶା ଆସିଥିଲେ । ଏହି ସ୍ୱତନ୍ତ୍ର ଟ୍ରେନ ରବି ବାର ସକାଳ ୮ଟା ୫୦ ମିନିଟ ସମୟରେ ଖୋର୍ଦ୍ଧାରୋଡ଼ ଷେଷ୍ଟସନରେ ପହଂଚିଥିଲା ଓ ଷେଷ୍ଟସନର ୧ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଲାଗିବା ପରେ ସେଠାରେ ବିଭିନ୍ନ ଜିଲ୍ଲାର ୫୯୩ ଜଣ ଶ୍ରମିକ ଓହ୍ଲାଇଥିଲେ । ଶ୍ରମିକମାନେ ଖୋର୍ଦ୍ଧାରୋଡ଼ ଷେଷ୍ଟସନରେ ଓହ୍ଲାଇବା ପରେ ମହିଳା ଆରପିଏଫଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସୁଭଦ୍ରା ବାହିନୀ ଓ ପ୍ରଶାସନୀକ ଅଧିକାରୀମାନେ ଶ୍ରମିକମାନଙ୍କୁ ହେପାଜତକୁ ନେଇଥିଲେ । ଷ୍ଟେସନ ବାହାରେ ନିର୍ମିତ ଅସ୍ଥାୟୀ ଶିବିରରେ ଶ୍ରମିକମାନଙ୍କୁ ଥର୍ମାଲ ସ୍କ୍ରିନିଂ, ପଞ୍ଜିକରଣ ଓ ଷ୍ଟାମ୍ପିଂ କରାଯିବା ପରେ ସମ୍ପୃକ୍ତ ଜିଲ୍ଲାର ପ୍ରଶାସସନୀକ ଅଧିକାରୀଙ୍କ ହେପାଜତକୁ ଛଛଡ଼ାଯାଇଥିଲା । ପ୍ରଶାସନୀକ ଅଧିକାରୀମାନେନ ନିଜ ଜିଲ୍ଲାର ଶ୍ରମିଙ୍କୁ ସ୍ୱତନ୍ତ୍ର ବସ ଯୋଗେ ନିଜ ଜିଲ୍ଲାକୁ ନେଇଯାଇଥିଲେ । ଏହି ୫୯୩ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ୨୮୩ ଜଣ ଶ୍ରମିକ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାକୁ ୨୮୩ ଜଣ ଶ୍ରମିକ ଆସିଥିଲେ ହେଁ ସେଥିମଧ୍ୟରୁ ୨୭୩ ଜଣ ପୂର୍ବରୁ ପଞ୍ଜିକରଣ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ୨୮୩ ଜଣ ଶ୍ରମିକଙ୍କୁ କେନ୍ଦ୍ରାପଡ଼ା ଆରଟିଓ ଦ୍ୱାରା ଏକ ସ୍ୱତନ୍ତ୍ର ବସ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅଣାଯିବା ପରେ ଜିଲ୍ଲାର ବିଭିନ୍ନ ପଂଚାୟତକୁ ପଠାଇଦିଆଯାଇଥିଲା ଓ ସେଠାରେ ସ୍ଥାପିତ ସଙ୍ଗରୋଧ ଗୃହରେ ଶ୍ରମଚମାନଙ୍କୁ ରଖାଯାଇଛି । ରବିବାର ଜିଲ୍ଲାକୁ ଫେରିଥିବା ଏହି ୨୮୩ ଜଣ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଆଳି, ପଟାମୁଣଣ୍ଡାଇ, ରାଜନଗର ଓ ରାଜକନିକା ଅଂଚଳରୁ ଅଧିକ ଲୋକ ରହିଥିଲେ ବି ସାରା ଜିଲ୍ଲାର ବିଭିନ୍ନ ଅଂଚଳର ପ୍ରବାସୀ ଶ୍ରମିକ ଥିଲେ । ଜିଲ୍ଲାକୁ ଫେରିଥିବା ଓଡ଼ିଆଙ୍କ ମଧ୍ୟରେ ଅନେକ ମହିଳା ରହିଛନ୍ତି । ଅନେକ ପ୍ରବାସୀ ଶ୍ରମିକ କେରଳରେ ନିଜ ପରିବାର ସହ ରହୁଥିଲେ । କିନ୍ତୁ ଲକଡାଉନ ଯୋଗୁ ସେଠାରେ କମ୍ପାନୀ ଗୁଡ଼ିକ ବନ୍ଦ ହୋଇଯିବାରୁ ଏହି ଶ୍ରମିକମାନେ ତାଙ୍କ ପରିବାର ସହ ଘରବାହୁଡ଼ିବାକୁ ବାଧ୍ୟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking