34.1 C
Bhubaneswar
Thursday, April 25, 2024
Homeଓଡିଶାଲକଡାଉନ ସତ୍ତ୍ୱେ ଚାଲିଥିବା ହାଟରେ ଯୁବକକୁ ଭୁଜାଲି ଆକ୍ରମଣ

ଲକଡାଉନ ସତ୍ତ୍ୱେ ଚାଲିଥିବା ହାଟରେ ଯୁବକକୁ ଭୁଜାଲି ଆକ୍ରମଣ

ମୟୂରଭଞ୍ଜ(ଘାସିରାମ ବେହେରା)  କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲଗାଇଛନ୍ତି ପ୍ରତିବନ୍ଧକ। ବଳବତ୍ତର ରହିଛି ଲକଡାଉନ। ଏହାପରେ ବି ବସୁଛି ହାଟ ଜମା ହେଉଛି ଗହଳି। ତେବେ ବାରିପଦା ଷ୍ଟେସନବଜାର ହାଟରେ ଘଟିଛି ଏକ ଅଭାବନୀୟ ଘଟଣା।  ଅଭିଯୋଗ ଅନୁଯାୟୀ  ବିପରୀତ ପକ୍ଷର ଭୁଜାଲି ଆକ୍ରମଣର ଶିକାର ହୋଇ ଟେଣ୍ଟ ମୁଖି ନାମକ ଯୁବକ ଗୁରୁତ୍ତର। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିଆରଏମ ମେଡ଼ିକାଲରେ ଭର୍ତ୍ତି କରିଛି । ବାରିପଦା ସହରର ୨୦ନମ୍ବର ଓ୍ବାର୍ଡର ବାସିନ୍ଦା ଟେଣ୍ଟ ମୁଖି ନିଜ ସ୍ତ୍ରୀ ସହ ଆଜି ବାରିପଦା ହାଟକୁ ଜିନିଷପତ୍ର କିଣାକିଣି କରିବା ପାଇଁ ଯାଇଥିଲା । ସେଠାରେ କୌଣସି କଥାକୁ ନେଇ ଟେଣ୍ଟ  ସହ ଅନ୍ୟଜଣେ ଯୁବକଙ୍କ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବକଜଣକ ସଙ୍ଗେସଙ୍ଗେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଟେଣ୍ଟ ଛାତି ଉପରକୁ ତାର ସ୍ତ୍ରୀ ସମ୍ମୁଖରେ ଆକ୍ରମଣ କରିଥିଲା । ଆକ୍ରମଣର ଶିକାର ହୋଇ ଟେଣ୍ଟ ଛଟପଟ ହେଉଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେବାରୁ ବାରିପଦା ଟାଉନ ପୋଲିସ ଆସି ଗୁରୁତର ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ପରେ ଏଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ  ଆକ୍ରମଣକାରୀ ଯୁବକକୁ  ଖୋଜାଖୋଜି କରୁଛି ପୋଲିସ।

ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୮ ଅସୁସ୍ଥ ୨ଗୁରୁତର

 ମୟୁରଭଞ୍ଜ : ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଚମକପୁର ଗ୍ରାମରେ ବିଷାକ୍ତ ଜଙ୍ଗଲି ଛତୁ ଖାଇ ରବିବାର ଦିନ ଗୋଟିଏ ପରିବାର ର ୧୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ଜଣେ ଶିଶୁ ଓ ଜଣେ ବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଚମକପୁର ଗ୍ରାମର ଆଶ୍ରମ ନାଏକଙ୍କ ପରିବାରର ସଦସ୍ୟମାନେ ନିକଟରେ ଥିବା ଜଙ୍ଗଲରେ ଫୁଟିଥିବା ଛତୁ ସଂଗ୍ରହ କରିଆଣି ଥିଲେ। ପରେ ଘରେ ରୋଷେଇ କରି ମଧ୍ୟାହ୍ନ ଭୋଜନଖାଇବା ପରେ ସମସ୍ତେ ଅସୁସ୍ଥ ହୋଇପଡିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking