36.1 C
Bhubaneswar
Saturday, May 4, 2024
Homeଓଡିଶାସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

କର୍ଲାମୁଣ୍ଡା : ନିଜ ପରିବାରର ପ୍ରତିପୋଷଣ କରିବା ପାଇଁ ସ୍ୱାମୀ ଗୁଜୁରାଟ ଯାଇଥିଲେ ଦାଦନ ଖଟି । ସେଠାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେବା ଖବର ପାଇ ତାଙ୍କ ପତ୍ନୀ ଧୈର୍ଯ୍ୟହରା ହୋଇ ନଦୀରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଯୋରାଡବରା ପଞ୍ଚାୟତ ସିଲେଟପଡା ଗାଁରେ । ଏହି ଗାଁରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ସୁନା (୩୬) ଗତ ଫେବୃୟାରୀ ମାସରେ ଗୁଜୁରାଟର ରାଜକୋଟ ସହରକୁ ଯାଇଥିଲେ ଦାଦନ ଖଟି । ସେଠାରେ ତାଙ୍କ ଦେହ ଅସୁସ୍ଥ ହେବା ସହ ଜ୍ୱର ଓ କାଶ ଲାଗି ରହିଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କରୋନା ପଜିଟିଭ୍ ଚିହ୍ନଟ କରିଥିଲେ । କିଛି ଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ପୁଣି କୋଭିଡ୍ ଟେଷ୍ଟ କରିବା ପରେ ରିପୋର୍ଟ୍‌ରେ ନେଗେଟିଭ୍ ଆସିଥିଲା । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୂର୍ଣ୍ଣଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଥିଲା, ତାହା ସନ୍ଦେହ ଘେରରେ ରହିଛି । ପରିବାର ଲୋକେ ଓ ସ୍ୱାମୀଙ୍କ ଅକାଳ ମୃତ୍ୟୁରେ ତାଙ୍କ ସ୍ତ୍ରୀ ପଦ୍ମା ସୁନା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ସ୍ୱାମୀଙ୍କ ହରାଇବାର ଦୁଃଖ ସହି ନ ପାରି ଟୁର୍ଚ୍ଚି ଉତ୍ତେଇ ନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପଦ୍ମା । କିନ୍ତୁ ନଦୀରେ ପାଣି ନଥିବାରୁ ନଦୀ ତଳେ ଥିବା ପଥର ଉପରେ ପିଟି ହୋଇ ପଦ୍ମାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଛି । ଫଳରେ ଗୁରୁତର ଅବସ୍ଥାରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଏକ ୩ ବର୍ଷର ଏକ ଶିଶୁକନ୍ୟା ରହିଛି । ଏହି ଗରିବ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking