28.1 C
Bhubaneswar
Friday, April 26, 2024
Homeଓଡିଶାମହିଳାଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ମହିଳାଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀର ସ୍ଥିତ ଶାନ୍ତିପଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନକୁ ଦିନ ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ବଢିବାକୁ ଲାଗିଛି । ତେବେ ଏଭଳି ଏକ ଘଟଣା ବଲାଙ୍ଗୀରରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଘର ଭିତରେ ରଶି ଲଗେଇ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଝରଣା
ଦାସ । ପାରିବାରିକ କହଳରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଝରଣାଙ୍କ ନିଜ ବାପାଘର ମଧ୍ୟ ସେହି ଠାରେ ଅବସ୍ଥିତ । ସେ ଜଣେ ବିବାହିତ ମହିଳା ହୋଇଥିବା ବେଳେ ତାଙ୍କ ଗୋଟିଏ ୬ବର୍ଷର ଶିଶୁପୁତ୍ର ଅଛି । ତେବେ ଘଟଣା ସମ୍ପର୍କରେ ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2019/12/07/death-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking