26.1 C
Bhubaneswar
Friday, March 29, 2024
Homeଅପରାଧ୬ ଦାଦନ ଶ୍ରମିକ ଉଦ୍ଧାର : ସର୍ଦ୍ଦାର ଗିରଫ

୬ ଦାଦନ ଶ୍ରମିକ ଉଦ୍ଧାର : ସର୍ଦ୍ଦାର ଗିରଫ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଚାନ୍ଦୋତରା ବସଷ୍ଟାଣ୍ଡ୍ ନିକଟରୁ ସିନ୍ଧେକେଲା ଥାନା ଜାମଖୁଣ୍ଟା ବରକାନୀ ଗାଁର ୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକମାନେ ହେଲେ ହରିହର ମାଝୀ(୩୦), ନୀଳମାଧବ ମାଝୀ(୨୨), ବିଜେ ମାଝୀ(୪୦), ସୁକୁଲ ମାଝୀ(୪୫), ଧନମତୀ ମାଝୀ(୨୦) ଓ ଗୋଲାପୀ ମାଝୀ(୧୮) । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଲିଶିରା ଗାଁର ଦାଦନ ସର୍ଦ୍ଦାର ସୁନ୍ଦର ଧରୁଆ(୨୮) ଉକ୍ତ ଶ୍ରମିକଙ୍କୁ ତେଲେଙ୍ଗାନାକୁ ଚାଲାଣ କରିବା ପାଇଁ ଚାନ୍ଦୋତରା ବସଷ୍ଟାଣ୍ଡ ନିକଟରେ ବସ୍ ଅପେକ୍ଷାରେ ଥିଲେ । ସେହି ସମୟରେ ସିନ୍ଧେକେଲା ପୁଲିସ ଚଢ଼ଉ କରି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାରକୁ ଗିରଫ କରିଥିଲା । ପରେ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ କରି ଉଦ୍ଧାର ଶ୍ରମିକଙ୍କୁ ଗାଁକୁ ପଠାଇ ଦିଆଯାଇଛି ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking