30.1 C
Bhubaneswar
Monday, May 6, 2024
Homeଓଡିଶାକଳାହାଣ୍ଡି ଜିଲ୍ଲାର ସିଲେଟ ପଂଚାୟତର ପାଞ୍ଚ ବିଦ୍ୟାଳୟରେ ଶିକ୍ଷା ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ

କଳାହାଣ୍ଡି ଜିଲ୍ଲାର ସିଲେଟ ପଂଚାୟତର ପାଞ୍ଚ ବିଦ୍ୟାଳୟରେ ଶିକ୍ଷା ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ

କଳାହାଣ୍ଡି : କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ଶିକ୍ଷାର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି । କୋଟି କୋଟି ଟଙ୍କା ମଧ୍ୟ ଖର୍ଚ କରୁଛନ୍ତି । ଶିକ୍ଷା ସମସ୍ତେ କେମିତି ଭଲରେ ପାଇବେ ଏବଂ ଶିକ୍ଷାରୁ କେହି ବଞ୍ଚିତ ନ ରହିବେ ବୋଲି ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁର ନାରା ଦେଉଥିବା ବେଳେ, ଏଠି କିଛି ଓଲଟା ଚିତ୍ର ଦେଖିବକୁ ମିଳୁଛି । ଦୁର୍ଭାଗ୍ୟର ବିଷୟ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୁଳ ରାମପୁର ବ୍ଲକ୍ ଅନ୍ତର୍ଗତ ସିଲେଟ୍ ପଂଚାୟତ ଅଧିନସ୍ତ ବିଲାମାଲ, କାନ୍ଦୁଲ ଗୁଡା, ମାଳତୀ ପଦର,ସିଲେଟ, ଦାଣ୍ଡ ପଦର, ଗ୍ରାମ ଗୁଡ଼ିକରେ ରହିଛି ସରକାରି ପ୍ରାଥମିକ ବିଦ୍ୟାଳୟ । ହେଲେ ସେଠାରେ ସ୍କୁଲ ଗୃହ, କ୍ଲାସ ରୁମ୍, ବ୍ଲାକ ବୋର୍ଡ, ଏବଂ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ହେଲେ ଗ୍ରାମବାସୀଙ୍କ କହିବା ଅନୁଯାୟୀ କୋଉଠି ତିରିଶିରୁ ଚାଳିଶି ତ କୋଉଠି ଚାଳିଶିରୁ ପଚାଶ ଜଣ ଛାତ୍ର ଛାତ୍ରୀ ଅଛନ୍ତି। ହେଲେ ସ୍କୁଲକୁ ଶିକ୍ଷକ ମାସକୁ ଥରେ ଦୁଇ ଥର ତ କୋଉଠି ସଂପୂର୍ଣ୍ଣ ଭାବରେ ଆସୁନଥିବା ଗ୍ରାମବାସୀ ମାନେ ଆମ କ୍ୟାମରା ସମ୍ମୁଖ ପ୍ରକାଶ କରିଛନ୍ତି। ଗ୍ରାମବାସୀ କହିବାନୁଯାୟୀ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇଯାଉଛି । କେଉଁଠି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ମାନେ ଘରେ ରହି ଖେଳ କୁଦ କରୁଛନ୍ତି ତ କେଉଁଠି ମଧ୍ୟାହ୍ନ ଭୋଜନ ସଂପୂର୍ଣ୍ଣ ବନ୍ଦ୍ ରହିଛି ବୋଲି ଗଣମାଧ୍ୟମ ମାନଙ୍କୁ ଡାକି ଆମ କ୍ୟାମେରା ସମ୍ମୁଖରେ ପ୍ରକାଶ କରିଛନ୍ତି ।ଏଠାରେ ପ୍ରଶ୍ନବାଚି ସୃଷ୍ଟି ହେଉଛି, ବଡ଼ ବଡ଼ ଶିକ୍ଷା ଦାୟିତ୍ୱରେ ଥିବା ଡିଇଓ, ବିଇଓ, ସିଆରସି ଭଳି ଶିକ୍ଷା ଅଧିକାରି ବାବୁମାନେ କଣ କରୁଛନ୍ତି । ଦୃଷ୍ଟି କେମିତି ପଡୁନାହିଁ, କି ଜାଣିଶୁଣି ନ ଜାଣିଲା ପରି ଅଭିନୟ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କେବେ କେମିତି ମାସକୁ ଥରେ ଦୁଇ ଥର ଆସି କାମ ସାରି ଗଣେଶ ପୂଜା ହେଉ କି ଫ୍ଲାଗ ଉତଳନ କରିବା ପାଇଁ ମାତ୍ର ଆସନ୍ତି ନ ହେଲେ ଟୋଟାଲ ଆସନ୍ତି ନାହିଁ । ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା,ପିଲା ପଢ଼ିଲେ କେତେ କି ନ ପଢ଼ିଲେ କେତେ ଶିକ୍ଷକଙ୍କ ମାସକୁ ଦରମା ପାଇଲେ ହେଲା । ଖବର ପ୍ରସାରଣ ପରେ ଆଖି ଖୋଲିବ କି ବନ୍ଦ୍ ରହିବ ତାହା ସାଧାରଣ ରେ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking