41.1 C
Bhubaneswar
Sunday, April 28, 2024
Homeଓଡିଶାମମିତା ମେହେର ହତ୍ୟାକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପ୍ରଦେଶ...

ମମିତା ମେହେର ହତ୍ୟାକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ

ଭୁବନେଶ୍ୱର – ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିଥିଲା । ଏଥିରେ ସାରା ରାଜ୍ୟର ହଜାର ହଜାର ଛାତ୍ର କଂଗ୍ରେସ ନେତା ଓ କର୍ମୀ ତଥା ଛାତଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱରରୁ ବିଭିନ୍ନ କୋଣରୁ ମୋଟର ସାଇକେଲ ର‌୍ୟାଲିରେ ଆସି ଛାତ୍ରନେତାମାନେ ଫରେଷ୍ଟ ପାର୍କଠାରେ କେନ୍ଦ୍ରୀଭୂତ ହୋଇଥିଲେ । ତାପରେ ଏକ ବିଶାଳ ର‌୍ୟାଲି ନବୀନ ନିବାସ ଆଡ଼କୁ ମାଡ଼ି ଯାଇଥିଲେ । ବାଟରେ ର‌୍ୟାଲି ଦୁଇଭାଗ ହୋଇଥିଲା । ୫ଶହରୁ ଉର୍ଦ୍ଧ୍ୱ ଛାତ୍ର କଂଗ୍ରେସ ନେତା ଓ କର୍ମୀ ମୁଖ୍ୟ ର‌୍ୟାଲିରୁ ବାହାରି ଏୟାରପୋର୍ଟ ଛକ ଆଗରେ ପାହଂଚି ନବୀନ ନିବାସ ଆଡ଼କୁ ଧସେଇ ପସିଥିଲେ । ନବୀନ ନିବାସକୁ ସୁରକ୍ଷା ଦେବା ପାଇଁ ସେଠାରେ ହଜାର ହଜାର ପୋଲିସ ବାରିକେଡ କରି ବିକ୍ଷୋଭକାରୀଙ୍କୁ ଅଟକାଇଥିଲା । ପୋଲିସ ସହ ସଂଘର୍ଷରେ କିଛି ଛାତ୍ର ନେତା କ୍ଷତବ୍ୟକ୍ଷତ ହୋଇ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ୟାସିର ନୱାଜଙ୍କ ସହ ବହୁ ଛାତ୍ର କଂଗ୍ରେସ କର୍ମର୍କତା ଓ କର୍ମୀଙ୍କୁ ଗିରଫ କରି ପୋଲିସ ବ୍ୟାରେକ ଓ ବିଭିନ୍ନ ଥାନାରେ ଅଟକ ରଖିଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ପୋଲିସ ବଳୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଦିନ ଆତ୍ମଗୋପନ କରିବେ? ଶିକ୍ଷୟିତ୍ରୀ ଭଉଣୀ ମମିତା ମେହେରର ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ କୌଶଳକ୍ରମେ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚକ୍ରାନ୍ତ କରିଛନ୍ତି । ମମିତା ହତ୍ୟାକାଣ୍ଡର ଘଟଣାକ୍ରମକୁ ଅନୁଶୀଳନ କଲେ ସ୍ପଷ୍ଟ ହୋଇପଡ଼ୁଛି ଯେ ଦିବ୍ୟଶଙ୍କରଙ୍କ ସଂପୃକ୍ତିକୁ ସଂପୂର୍ଣ୍ଣ ଲୁଚେଇ ଦେବା ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି । ନବୀନ ନିବାସକୁ ଦିବ୍ୟଶଙ୍କର ସହ ଗୋବିନ୍ଦ ସାହୁ ଆସୁଥିଲା ଏବଂ ମହାଲିଙ୍ଗ ପ୍ରାଇଭେଟ ସ୍କୁଲ ଓ କଲେଜକୁ ସରକାରୀ ଅନୁଦାନ ମଧ୍ୟ ନେବାରେ ସମର୍ଥ ହୋଇଥିଲା । ମହାଲିଙ୍ଗ କଲେଜର ଏକ ରଙ୍ଗଶାଳା ଖୋଲି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମନୋରଞ୍ଜନ କରାଇବା ସହ ସେଠାରେ ରାତ୍ରୀଯାପନର ବ୍ୟବସ୍ଥା ରହୁଥିଲା । ଦିବ୍ୟଶଙ୍କର ଓ ଗୋବିନ୍ଦ ସାହୁର ଯୋଡ଼ି କେତେ ମହିଳାଙ୍କ ଜୀବନ ନଷ୍ଟ କରିଛନ୍ତି ତାହାର ପ୍ରମାଣର ପେଡ଼ି ଧିରେ ଧିରେ ଖୋଲୁଛି ମାତ୍ର ମୁଖ୍ୟମନ୍ତ୍ରୀ ଏହାକୁ ଚାପିଦେବା ପାଇଁ ହୀନ ଉଦ୍ୟମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିରବତା ଓଡ଼ିଶାବାସୀଙ୍କୁ ଚକିତ କରିଛି । ନବୀନ ସରକାରଙ୍କ ୨୨ ବର୍ଷର କୁଶାସନରେ ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ରୀ, ସ୍ମିତା ରାଣୀ, ମାଧବୀ ଲତା, ପରୀ ପ୍ରଭୃତି ଅନେକ ନିରୀହ ମହିଳା ବିଜେଡ଼ି ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କଦ୍ୱାରା ହତ୍ୟାର ଶୀକାର ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସେଇ ନିରୀହ ମହିଳାମାନଙ୍କୁ ନ୍ୟାୟ ଦେବେ କ’ଣ, ପାପକୁ ଘୋଡାଇ ପକାଉଛନ୍ତି । ସୁତରାଂ ଶିକ୍ଷୟିତ୍ରୀ ମମିତାର ପରିବାର ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ରାଜରାସ୍ତାରେ ଲଢ଼େଇରୁ ହଟିବ ନାହିଁ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ମମିତାର ପରିବାରକୁ ଏକ କୋଟି ଟଙ୍କା ଅନ୍‌ୁକମ୍ପା ରାଶି ପ୍ରଦାନ ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା, ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟାନୟକ, ସୁରେଶ କୁମାର ରାଉତରାୟ, ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ମନୋଜ ବଶ୍ୱାଳ, ମନୋଜ ମହାପାତ୍ର, ଅଜୟ ସାହୁ, ନିହାର ବେହେରା, କିରଣ ସାହୁ, ଦୀପ୍ତି ରଞ୍ଜନ ପରିଡ଼ା, ସୁନିଲ ମାଟିଆ, ଅର୍ମାନ ଜେନା, ବିପ୍ଳବ ପରିଡ଼ା, ମହମ୍ମଦ ଗୁଲଫାମ, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ବାବୁ ଜେନା, ଅଭିରାମ ଗୌଡ଼, କାର୍ତିକେଶ୍ୱର କାଣ୍ଡି, ଆଲୋକ ଲେଙ୍କା, ବଟକୃଷ୍ଣ ରାଉତରାୟ, ବିଶ୍ୱଭୂଷଣ ମହାପାତ୍ର, ଅଖିଳେଷ ଯାଦବ, ଅଜିତ ବାରିକ, ସାହାରୁଖ ଖାନ, ବିଭୁତି ଭୂୁଷଣ ମହାପାତ୍ର, ନିତେଶ ବେହେରା, ଏହମ୍ମଦ ଖାନ, ପ୍ରତ୍ୟୁଷ ପ୍ରଧାନ, ଆଦିତ୍ୟ କହଁର, ଆର୍ଯ୍ୟାନ ସାସ୍‌ମଲ, ଜଗଦୀଶ ଗଜେନ୍ଦ୍ର, ଜୀତେନ୍ଦ୍ର ମଲ୍ଲିକ, ବଳରାମ ନନ୍ଦ, ଆଦିତ୍ୟ କହଁର, ସୁରଜ ରାଉତ, ସାମସନ ଦାସ, ଅଖିଳେଶ ଯାଦବ, ଅହମ୍ମଦ ଖାନ, ଶିବଶକ୍ତି ଦିଗଲ, ସୌରଭ ପଟ୍ଟନାୟକ, ବିଶ୍ୱଜିତ ସ୍ୱାଇଁ, ଲିପିକା ମହାନ୍ତି, ଭାଗ୍ୟଶ୍ରୀ ମହାନ୍ତି, ସଂଦୀପ ରାଉତରାୟ, ସଂଜୀବ ରାଉତ, ଆଦିତ୍ୟ ପ୍ରିତମ ଦାସ, ଦେବାଶିଷ ମହାନ୍ତି, ପ୍ରତ୍ୟୁଷ ପ୍ରଧାନ, ମହମ୍ମଦ ସମିଉଲ ହକ, ଦୀପକ ମହାନ୍ତି, ଅଙ୍କିତ ସାହୁ, ସାହାୱାଜ ଖାନ, ଶୁଭମ ଦାସ, ପ୍ରୀତମ ପରିଜା, ନବନିତ କୌର, ସମିର ବେହେରା, ସୌମ୍ୟ ମିଶ୍ର, ଶୁଭଙ୍କର ପାତ୍ର, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking