29.4 C
Bhubaneswar
Saturday, May 4, 2024
Homeଓଡିଶାମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିବେ ୩ ଜଣିଆ...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିବେ ୩ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

*ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ, ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି
*ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ପ୍ରସଙ୍ଗରେ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ସତ୍ୱେ ମୁଖ୍ୟମନ୍ତ୍ରୀ ନିରବ ଅଛନ୍ତି : ଡ.ସମ୍ବିତ ପାତ୍ର
*ମମିତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଦେଇ ମାଟି ତଳେ ପୋତି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛ
*ଘଟଣା ସଂପର୍କରେ ସଂପୂର୍ଣ୍ଣ ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ପ୍ରଦାନ କରିବେ ପ୍ରତିନିଧି ଦଳ
ଭୁବନେଶ୍ୱର / ନୂଆଦିଲ୍ଲୀ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଅତ୍ୟନ୍ତ ହୃଦୟ ବିଦାରକ । ମମିତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଦେଇ ମାଟି ତଳେ ପୋତି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ସନସାଇନ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁ ସେକ୍ସ ର‌୍ୟାକେଟରେ ସଂପୃକ୍ତ ରହି ଛାତ୍ରୀ ଓ ମହିଳାମାନଙ୍କୁ ଶୋଷଣ କରୁଥିଲେ । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଏବଂ ପ୍ରାୟଦିନ ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲକୁ ଆସି ରାତ୍ରଯାପନ କରିବା; ମମିତାଙ୍କ ନିଖୋଜ ସଂପର୍କରେ ଏଫଆଇଆରକୁ ପୋଲିସ ଗ୍ରହଣ ନକରିବା; ବିଦ୍ୟୁତ କାଟ କରାଯାଇ ଅଭିଯୁକ୍ତ ଗୋବିନ୍ଦଙ୍କୁ ପୋଲିସ ହେପାଜତରୁ ଖସାଇଦେବା; ‘ସନସାଇନ ସ୍କୁଲକୁ ଆସିଲେ, ମୁଁ ଯୁବକ ହୋଇଯାଏ’ ଭଳି ମନ୍ତ୍ରୀଙ୍କ ବିବୃତି; ପରିବାରବର୍ଗ ଓ ସ୍ଥାନୀୟବାସିନ୍ଦାଙ୍କ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଦି ଶ୍ରୀ ମିଶ୍ରଙ୍କ ସଂପୃକ୍ତିକୁ ସ୍ପଷ୍ଟ ପ୍ରମାଣିତ କରୁଛି । କ୍ଷମତାର ଅପବ୍ୟବହାର କରି ମନ୍ତ୍ରୀ ଶ୍ରୀ ମିଶ୍ର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସୁରକ୍ଷା ଯୋଗାଇ ଦେବା ସହ ହତ୍ୟାକାଣ୍ଡ ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି । ଏ ସମସ୍ତ ଷଡଯନ୍ତରେ ଏକାଧିକ ବ୍ୟକ୍ତି ସଂପୃକ୍ତି ଥିବାର ସନ୍ଦେହ ଦୃଢୀଭୂତ ହେଉଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ପ୍ରସଙ୍ଗରେ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି । ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ନିରବ ଅଛନ୍ତି । ଅପରାଧିଙ୍କ ପାଇଁ ରାଜ୍ୟ ସରକାରଙ୍କ ଅହେତୁକ କୋହଳ ମନୋଭାବ ଏବଂ ସେମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଯୋଗାଇ ଦେଉଥିବା କାରଣରୁ ରାଜ୍ୟରେ କ୍ରମାଗତ ଭାବେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନା ବୃଦ୍ଧି ପାଇଚାଲିଛି ବୋଲି ଡ.ସମ୍ବିତ ପାତ୍ର କହିଛନ୍ତି ।
ମମିତା ହତ୍ୟାକାଣ୍ଡ ଘଟଣାକୁ ଭାରତୀୟ ଜନତା ପାର୍ଟୀ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାରକୁ ନେଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ଘଟଣା ସଂପର୍କରେ ବିସ୍ତୃତ ଅନୁଧ୍ୟାନ କରିବେ । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ, ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି । ଏହି ପ୍ରତିନିଧି ଦଳ ଘଟଣା ସଂପର୍କରେ ସଂପୂର୍ଣ୍ଣ ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବେ ବୋଲି ଡ.ପାତ୍ର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking