28.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022ପାକିସ୍ତାନର କ୍ରମାଗତ ବିଜୟ

ପାକିସ୍ତାନର କ୍ରମାଗତ ବିଜୟ

ଶାରଜାହ: ଆଇସିସି ଟି-୨୦ ବିଶ୍ୱକପ୍‌ରେ ମଙ୍ଗଳବାରର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ … ୱିକେଟ୍‌ରେ ବିଜୟୀ ହୋଇଛି । ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରତିଯୋଗିତାରେ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ତା\’ର ବିଜୟ ଧାରା ଜାରି ରଖିପାରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ନ୍ୟୁଜିଲାଣ୍ଡ୍ ୮ ୱିକେଟ୍ ହରାଇ ୧୩୪ ରନ୍ କରିଥିବା ବେଳେ ପାକିସ୍ତାନ ୧୮.୪ ଓଭର୍‌ରେ ୫ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ପାକିସ୍ତାନୀ ପେସର୍ ହ୍ୟାରିସ୍ ରୌଫ୍ ୪ଟି ୱିକେଟ୍ ନେବା ଫଳରେ ନ୍ୟୁଜିଲାଣ୍ଡ୍ ବିଶେଷ ବଡ଼ ସ୍କୋର୍ କରିପାରି ନ ଥିଲା । ତେଣୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଭାରତକୁ ୧୦ ୱିକେଟ୍‌ରେ ପରାସ୍ତ କରି ଜବରଦସ୍ତ ମାନସିକ ଦୃଢ଼ତା ସହ ଗ୍ରୁପ୍‌-୨ର ଏହି ମ୍ୟାଚ୍‌କୁ ଓହ୍ଲାଇଥିବା ପାକିସ୍ତାନ ଅଧିନାୟକ ବାବର୍ ଆଜମ୍ ଟସ୍ ଜିତି ଫିଲ୍‌ଡିଂ ନେଇଥିଲେ । ତେଣୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍‌ର ଦୁଇ ଓପନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଲ୍ ମିଚେଲ୍ ୩୬ ରନ୍ ଯୋଡ଼ିଥିଲେ । ପ୍ରଥମେ ଗପ୍ଟିଲ୍ ଆଉଟ୍ ହେବା ପୂର୍ବରୁ ୩ଟି ଚୌକା ସହାୟତାରେ ୧୭ ରନ୍ କରିଥିଲେ । ଅଧିନାୟକ କେନ୍ ୱିଲିୟମସନ୍ ପିଚ୍‌କୁ ଓହ୍ଲାଇବା ପରେ ତାଙ୍କ ସହ ମିଚେଲ୍ ୧୮ ରନ୍ ଯୋଡ଼ିବା ପରେ ବ୍ୟକ୍ତିଗତ ଭାବେ ୨୭ ରନ୍ କରି ବିଦାୟ ନେଇଥିଲେ । ଏହି ଇନିଂସରେ ତାଙ୍କର ଗୋଟିଏ ଚୌକା ଓ ୨ଟି ଛକା ରହିଥିଲା । ଜେମ୍ସ ନିଶାମ୍ ମାତ୍ର ୧ ରନ୍ କରି ଆଉଟ୍ ହେବା ପରେ ୱିଲିୟମ୍‌ସନ୍ ଓ ଡେଭନ୍ କୋନୱେଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୩୪ ରନ୍‌ର ଭାଗୀଦାରୀ ହୋଇଥିଲା । ଏହି ସମୟରେ ବୁଝାମଣା ଅଭାବରୁ ୱିଲିୟମସନ୍ ରନଆଉଟ୍ ହୋଇଥିଲେ । ସେତେବେଳକୁ ସେ ୨୬ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍ କରିସାରିଥିଲେ । ତାଙ୍କ ବିଦାୟ ପରେ କୋନୱେ ସ୍ଥିର ବ୍ୟାଟିଂ କରି ୨୪ଟି ବଲ୍‌ରେ ୩ଟି ଚୌକା ସହ ୨୭ ରନ୍ କରିଥିଲେ ହେଁ ଆଉ କେହି ବଡ଼ ସ୍କୋର୍ କରିପାରି ନ ଥିଲେ । ଗ୍ଲେନ୍ ଫିଲିପ୍ସ ଗୋଟିଏ ଚୌକା ସହ ୧୩, ଟିମ୍ ସିଫର୍ଟ ଗୋଟିଏ ଚୌକା ସହ ୮ ଏବଂ ମିଚେଲ୍ ସାଣ୍ଟନର୍ ଗୋଟିଏ ଚୌକା ସହ ଅପରାଜିତ ୬ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ରୌଫ୍‌ଙ୍କ ବ୍ୟତୀତ ଶାହିନ୍ ଆଫ୍ରିଦି, ଇମାଦ୍ ୱାସିମ୍ ଓ ମହମ୍ମଦ ହାଫିଜ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ ପାକିସ୍ତାନ କ୍ରମାଗତ ଭାବେ ୱିକେଟ୍ ହରାଇ ଚାଲିବା ଫଳରେ ନ୍ୟୁଜିଲାଣ୍ଡ୍ ପଲା ଭାରୀ ରହିଥିଲା । ଅଧିନାୟକ ବାବର୍ ମାତ୍ର ୯ ରନ୍‌ରେ ଆଉଟ୍ ହେବା ପରେ ଫାଖର୍ ଆଜମ୍ ୧୧ ରନ୍‌ରେ ବିଦାୟ ନେଇଥିଲେ । ମହମ୍ମଦ ହାଫିଜ୍ ମଧ୍ୟ ୧୧ ରନ୍‌ର ଅବଦାନ ଦେଇଥିଲେ । ଗତ ମ୍ୟାଚ୍‌ର ହିରୋ ମହମ୍ମଦ ରିଜୱାନ୍ ୫ଟି ଚୌକା ସହ ୩୩ ରନ୍ କରିଥିବା ବେଳେ ଇମାଦ୍ ୱାସିମ୍ ୧୧ ରନ୍‌ରେ ଆଉଟ୍ ହେବା ଫଳରେ ପାକିସ୍ତାନ ୮୭ ରନ୍‌ରେ ୫ଟି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । କିନ୍ତୁ ଏହି ସମୟରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶୋଏବ୍ ମଲିକ ତାଙ୍କ ଅଭିଜ୍ଞତାର ଉପଯୋଗ କରି ଆସିଫ୍ ଅଲୀଙ୍କ ସହ ଅବିଭାଜିତ ୪୮ ରନ୍ ଯୋଡ଼ି ଦଳକୁ କ୍ରମାଗତ ଦ୍ୱିତୀୟ ବିଜୟ ଦେଇଥିଲେ । ସେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୬ ଏବଂ ଆସିଫ୍ ମାତ୍ର ୧୨ଟି ବଲ୍‌ରେ ଗୋଟିଏ ଚୌକା ଓ ୩ଟି ଛକା ସହ ୧୯ ରନ୍ କରି ଅପରାଜିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking