38.1 C
Bhubaneswar
Friday, April 26, 2024
Homeଓଡିଶାଡାକ୍ତର ହେବତ ଏମିତି : ଗର୍ଭବତୀଙ୍କୁ କାନ୍ଧରେ ବୋହି ବୋହି ୩୦ କିମି ଆଣିଲେ 

ଡାକ୍ତର ହେବତ ଏମିତି : ଗର୍ଭବତୀଙ୍କୁ କାନ୍ଧରେ ବୋହି ବୋହି ୩୦ କିମି ଆଣିଲେ 

ମାଲକାନଗିରି :  ଜଣେ ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଡାକ୍ତରୀ ଦଳ । ପାହାଡ଼ ପର୍ବତ ଘେରା ମାଲକାନଗିରି ଜିଲ୍ଲାର ଗୋଡ଼ିଗଣ୍ଡିରେ ଗାଁରେ । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଠିକ ସମୟରେ ଉପଯୁକ୍ତ ଚିକିତ୍ସା କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କ ସାଥୀ ।
ସୂଚନାରୁ ଜଣାପଡ଼ିଛି ଯେ,  ଗତ କାଲି ପଲସ ପୋଲିଓ କାର‌୍ୟ୍ୟକ୍ରମ ପାଇଁ ଗ୍ରାମକୁ ଯାଇଥିବା କାଲିମେଳା ମେଡିକାଲ ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କ ଟିମ୍ ସଦସ୍ୟଙ୍କ ନଜରରେ ପଡ଼ିଥିଲା ଏପରି ଦୃଶ୍ୟ । ଗର୍ଭବତୀଙ୍କ କଷ୍ଟ ଦେଖି ନ ପାରି ଖଟିଆରେ ତାଙ୍କୁ ବୋହି ୩୦ କି.ମି ପାହାଡ଼ ତଳକୁ ତଳେ ଥିବା ମେଡିକାଲକୁ ନେଇଗେଲ ଡାକ୍ତର ଶ୍ରୀ ଜେନାଙ୍କ ଟିମ୍। ଡାକ୍ତରୀ ଟିମ୍ର ଏପରି ମହାନତା ଯୋଗୁ ଗୋଡିଗଣ୍ଡି ଅଞ୍ଚଳର ରୀନା ମାଡ଼ି ନାମ୍ନୀ ମହିଳାଙ୍କ ଜୀବନ ବଞ୍ଚିଯାଇଛି।
ପ୍ରଥମେ ତାଙ୍କ ଘରେ ମହିଳାଙ୍କ ପ୍ରସବ କରିବା ପାଇଁ ଚେଷ୍ଟା କରିଥିଲେ ଡାକ୍ତରୀ ଦଳ । ସେଠାରେ ତାଙ୍କର ଗୋଟିଏ ସନ୍ତାନ ପ୍ରସବ ପରେ ମଧ୍ୟ ରୀନାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ପଡ଼ିଥିଲା। ତାଙ୍କ ପେଟରେ ଆଉ ଏକ ଛୁଆ ଥିବା ଡାକ୍ତର ରାଧେଶ୍ୟାମ ଜାଣି ପାରି ତୁରନ୍ତ ତାଙ୍କୁ କାଲିମେଳା ମେଡିକାଲ ନେବାକୁ କହିଥିଲେ । କିନ୍ତୁ ଗାଁରେ କୋଣସି ପୁରୁଷ ଲୋକ ନ ଥିବାରୁ ଡାକ୍ତରୀ ଟିମ୍ ବିଳମ୍ବ ନ କରି ଏକ ଖଟିଆରେ ମହିଳାଙ୍କୁ ବୋହି ନେବା ପାଇଁ  ସ୍ଥିର କଲେ । ଏହାପରେ ଆରମ୍ଭ କଲେ ପାହାଡିଆ ରାସ୍ତାରେ କଷ୍ଟସାଧ୍ୟ ଯାତ୍ରା। ।  ଦିନ ୧୨ଟାରୁ ପାହାଡ଼ିଆ ରାସ୍ତାରେ ଆରମ୍ଭ ହୋଇଥିବା ଏହି  ଯାତ୍ରା ସାରିବାକୁ ସେମାନଙ୍କୁ ପ୍ରାୟ ୮ ଘଣ୍ଟା ଲାଗିଗଲା।  ରାତି ୮ଟା ବେଳକୁ ସେମାନେ କାଲିମେଳା ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ମହିଳାଙ୍କର ପୁଣି ଥରେ ପ୍ରସବ କରାଯାଇଥିଲା। ସେତେବେଳକୁ ଏକ ମଲା ଶିଶୁ ଜନ୍ମ ହୋଇଥିଲା।  କିନ୍ତୁ ଏହା ପରେ ରୀନା ସୁସ୍ଥ ଥିବା ଜଣାଯାଇଛି।   ଡାକ୍ତରୀ ଟିମ୍ର ଏପରି କାର‌୍ୟ୍ୟ ପାଇଁ ଚାରିଆଡୁ ଆସୁଛି ଶୁଭେଚ୍ଛାର ସୁଅ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking