29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସୁରଟର ରଘୁବୀର ମାର୍କେଟରେ ଭୟାଭହ ଅଗ୍ନିକାଣ୍ଡ

ସୁରଟର ରଘୁବୀର ମାର୍କେଟରେ ଭୟାଭହ ଅଗ୍ନିକାଣ୍ଡ

ସୁରଟ: ଗୁଜୁରାଟର ସୁରଟରେ ଭୟାଭହ ଅଗ୍ନିକାଣ୍ଡ । ଗୁଜୁରାଟର ସୁରତସ୍ଥିତ ରଘୁବୀର ମାର୍କେଟ ପରିସରରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି । ୧୦ ମହଲା କୋଠାରେ ନିଆଁ ଲାଗିବା ପରେ ସ୍ଥାନୟୀ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି କିନ୍ତୁ କୋଟି କୋଟି ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇ ଯାଇଛି । ରଘୁବୀର ବଜାରରେ ନିଆଁ ଲାଗିଯିବା ପରେ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୬୦ଟି ଦମକଳ ଗାଡ଼ି ପହଞ୍ଚିଥିବା ସୂଚନା ରହିଛି । ତେବେ, ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି ତାହା ଏଯାବତ୍ ଜଣାପଡ଼ି ନାହିଁ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାମୁତାବକ ସରୋଲୀ ଅଞ୍ଚଳରେ ଏକ ବଡ଼ କପଡା ବଜାର ରଘୁବୀର କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । ଏହି ନିଆଁରେ ବହୁ ଦୋକାନ ଜଳି ପାଉଁସ ହୋଇଯାଇଥିବାବେଳେ ଘଟଣା ସ୍ଥଳରେ ଦମକଳର ୬୦ ଟି ଗାଡି ମୁତୟନ ଅଛନ୍ତି । ତେବେ ଏହି ନିଆଁ ଲାଗିବାର କାରଣ ଏଯାଏ ଅସ୍ପଷ୍ଟ ରହିଛି । ତେବେ ଦମକଳ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନିଆଁ ଲାଗିବାର ଅଳ୍ପ ସମୟ ମଧ୍ୟରେ ଚାରିଆଡ଼କୁ ଏହା ବ୍ୟାପିଥିଲା ।
ନଗର ଆୟୁକ୍ତ କହିଛନ୍ତି, ଘଟଣାର କାରଣ ଯାଞ୍ଚ କରାଯାଉଛି । ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେବ । ରିପୋର୍ଟ ଲେଖାଯିବା ବେଳକୁ୧୦ ମହଲା ବିଶିଷ୍ଟ କପଡ଼ା ବଜାରରେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଦିଲ୍ଲର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ଘଟି ଧନ-ଜୀବନ ନଷ୍ଟ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking