26.1 C
Bhubaneswar
Friday, March 29, 2024
Homeଅପରାଧଟ୍ରକ୍-ଟ୍ରକ ଧକ୍କା,ଉଭୟ ଟ୍ରକ ଚାଳକଙ୍କର ଶୋଚନୀୟ ମୃତ୍ୟୁ

ଟ୍ରକ୍-ଟ୍ରକ ଧକ୍କା,ଉଭୟ ଟ୍ରକ ଚାଳକଙ୍କର ଶୋଚନୀୟ ମୃତ୍ୟୁ

ବୌଦ୍ଧ: ଟ୍ରକ୍-ଟ୍ରକ ଧକ୍କାରେ ଉଭୟ ଟ୍ରକ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି | ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଗୁଦୁଗୁଦା ଛକ ନିକଟରେରେ | ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଟ୍ରକ ଚାଳକଙ୍କର ମୃତ୍ୟୁ ଘଟିଛି ଏବଂ ଉଭୟ ଟ୍ରକର ହେଲପର୍ ବି ଆହତ ହୋଇଥିବାର ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ବରଗଡ଼ରୁ ବାଇଗଣ ନେଇ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା। ବୌଦ୍ଧ ଜିଲ୍ଲାରେ ଥିବା ୫୭ ନମ୍ୱର ଜାତୀୟ ରାଜପଥର ଗୁଦୁଗୁଦା ଛକ ନିକଟରେ ଆଜି ଭୋର ସମୟରେ ଏହି ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିସହ ଦୁଇ ଟ୍ରକ୍‌ ହେଲପର୍ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତ ହେଲ୍ପର ଦ୍ୱୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ମନମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking