33.1 C
Bhubaneswar
Saturday, April 27, 2024
Homeଓଡିଶାଷ୍ଟିଲ ସିଟିରେ ଦିନରାତି ରୋଡ଼ ରୋମିଓଙ୍କ ରାଜ୍

ଷ୍ଟିଲ ସିଟିରେ ଦିନରାତି ରୋଡ଼ ରୋମିଓଙ୍କ ରାଜ୍

ରାଉରକେଲା: କିଛି ଦିନର ଅନ୍ତରାଳ ପରେ ରାଉରକେଲାର ବିଭିନ୍ନ ଛକ ଓ ଆଖପାଖରେ ରୋଡ଼ ରୋମିଓ ମାନଙ୍କ ଦୌରାତ୍ମ୍ୟ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଉଛି । ୨୦ରୁ ୨୫ ବର୍ଷ ବୟସର ଉଦ୍ଭ୍ରାନ୍ତ ଯୁବକ ମାନେ କୌଣସି ବାଡ଼ବତା ନମାନି ନିଜର ଉପସ୍ଥିତି ଜାହିର କରୁଛନ୍ତି । ଯୁବତୀ ଓ ମହିଳା ମାନଙ୍କୁ ମାନଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ କମେଂଟ ମାରିବା ସହ ସମୟ ପଡ଼ିଲେ ପ୍ରେମ ନିବେଦନ କରିବାକୁ ପଛଘୁଂଚା ଦେଉନାହାନ୍ତି! ଏହାଦ୍ୱାରା ସେଠାରେ ସମୟ ସମୟରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି । ରୋଡ଼ ରୋମିଓଙ୍କ ଉପରେ ଦୃଢ ପୁଲିସ କାର୍ଯ୍ୟାନୁଷ୍ଠାନ ହେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏପରି ମଧ୍ୟ ଦେଖାଯାଉଛି ଯେ, ରୋଡ଼ ରୋମିଓ ମାନେ ପ୍ରତିଦିନ ବିଭିନ୍ନ ନାମିଦାମୀ ବାଇକ ନେଇ ରାସ୍ତାରେ ଷ୍ଟଂଟ ପ୍ରଦର୍ଶନ କରୁଥିବାରୁ ଏହାକୁ ନେଇ ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ ଓ ଅନ୍ୟ ବାଇକ ଆରୋହୀ ଓ ପଥଚାରୀଙ୍କ ପାଇଁ ବିପଦର ସର୍ତକ ଘଂଟି ପାଲଟିଛି । ରୋଡ଼ ରୋମିଓ ମାନଙ୍କୁ
ଏପରି ନକରିବାକୁ କୌଣସି ବୟସ୍କ ବ୍ୟକ୍ତି ବାରଣ କଲେ, ଓଲଟା ସେମାନଙ୍କ କ୍ରୋଧର ଶୀକାର ହେବାକୁ ପଡୁଛି । ଏଣୁ ରାଉରକେଲାରେ ରୋଡ଼ ରୋମିଓଙ୍କ ଉପରେ ଦୃଢ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking