32.1 C
Bhubaneswar
Saturday, May 4, 2024
Homeପୁରୁଷ ହକି ବିଶ୍ୱକପ୍କଳିଙ୍ଗ ଷ୍ଟାଡିୟମରେ ଷ୍ଟାଲିନ; ଷ୍ଟାଡିୟମ ବୁଲି ଦେଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

କଳିଙ୍ଗ ଷ୍ଟାଡିୟମରେ ଷ୍ଟାଲିନ; ଷ୍ଟାଡିୟମ ବୁଲି ଦେଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ଭୁବନେଶ୍ୱର: ମାନ୍ୟବର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗର ମନ୍ତ୍ରୀ ଶ୍ରୀ ଉଦୟାନିଧି ଷ୍ଟାଲିନଙ୍କ ନେତୃତ୍ୱରେ ତାମିଲନାଡୁର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଥିସହ ହକି ବିଶ୍ୱକପ ଦେଖିବା ପାଇଁ ସେ ଆଜି କଳିଙ୍ଗ ଷ୍ଟାଡିୟମକୁ ମଧ୍ୟ ଆସିଥିଲେ । ଏହି ପରୀପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଷ୍ଟାଡିୟମ ପରିସରରେ ଭିତ୍ତିଭୂମି ତଥା ସୁବିଧା ବୁଲି ଦେଖିଥିଲେ ଏହି ପ୍ରତିନିଧି ଦଳ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ସମେତ କ୍ରୀଡ଼ା ସଚିବ ଆର ଭିନେଲ କୃଷ୍ଣ ଏବଂ DSYSର ବରିଷ୍ଠ ଅଧିକାରୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସ୍ପୋର୍ଟସ ସେକ୍ରେଟାରୀ ଆର ଭିନେଲ କୃଷ୍ଣ ପରିଦର୍ଶନକାରୀ ଦଳକୁ ଓଡିଶା ସ୍ପୋର୍ଟସ ଇକୋସିଷ୍ଟମ ଉପରେ ଉପସ୍ଥାପନା କରିଥିଲେ। କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା ଉଦୟାନିଧି ଷ୍ଟାଲିନଙ୍କୁ ଏକ ସ୍ମୃତି ଏବଂ ଜର୍ସି ସହିତ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking