29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗସୁରେଶ ଚନ୍ଦ୍ର ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ

ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଅସିତ ତ୍ରିପାଠୀଙ୍କ ଅବସର ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ନିଯୁକ୍ତ ହୋଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁୂକ୍ତ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେ ଉନ୍ନୟନ କମିଶନର ଭାବେ କାର୍ଯ୍ୟରତ ଥିଲେ । ୧୯୮୬ ବ୍ୟାଚର  ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ତାହା ଆଜି ସରକାରୀ ଘୋଷଣା ପରେ ସ୍ପଷ୍ଟ ହୋଇଛି । ସେ ୧୪ ମାସ ଲାଗି କାର୍ଯ୍ୟ କରିବେ ବୋଲି ଜଣାଯାଇଛି। ଅନ୍ୟପଟେ , ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତ ହୋଇଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଆଞ୍ଚଳିକ ଉନ୍ନୟନ, ପର୍ଯ୍ୟଟନ, କୃଷି, ବାଣିଜ୍ୟ ଓ ଶିଳ୍ପ ଆଦି ବିଭାଗର ପ୍ରଧାନ ଉପଦେଷ୍ଟା ଭାବେ ବି ଦାୟିତ୍ବ ତୁଲାଇବେ ଅସିତ । ୨୦୧୯ ମସିହା ୧୫ ଅଗଷ୍ଟ ତାରିଖରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଥିଲା। ଡିସେମ୍ବର ୩୧ ତାରିଖରେ ସେ ଅବସର ଗ୍ରହଣ କରିବେ। ସେହିଭଳି , ୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ।  ଏହାଛଡ଼ା ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ଜଣା ପଡିଛି  । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking