36.1 C
Bhubaneswar
Sunday, May 19, 2024
Homeଓଡିଶା୨୦୧୧ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ...

୨୦୧୧ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ

ଯାଜପୁର : ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ ଜନଗଣନାର ଉପକାରିତା ସଂପର୍କରେ ସୂଚନା ଦେଇଥିଲେ । କରୋନା ସ୍ଥିତିରେ ପରିବର୍ତନ ଆସିଲେ ସମ୍ଭବତଃ ଜନଗଣନା ୨୦୨୧ ମାର୍ଚ୍ଚ, ଅପ୍ରେଲ ଠାରୁ ଆରମ୍ଭ୍ୱ ହେବ ବୋଲି ସେ ସୂଚନା ଦେଇଥିଲେ । ଦେଶର ଲୋକଙ୍କର ସାମାଜିକ, ଅର୍ଥ ନୈତିକ, ଲିଙ୍ଗଗତ, ଜାତିଗତ ସ୍ଥିତି, ସେମାନଙ୍କର ସାଧନ, ସମସ୍ୟା, ଆବଶ୍ୟକତା ଇତ୍ୟାଦି ସଂପର୍କରେ ଏହି ପରିପ୍ରେକ୍ଷୀରେ ତଥ୍ୟ ହାସଲ କରାଯାଇଥାଏ । ଏହି ଅବସରରେ ଜନଗଣନା କାର୍ଯ୍ୟରେ ସହଯୋଗ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା । ଏହି ବୈଠକରେ ଯାଜପୁର ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking