39.1 C
Bhubaneswar
Friday, April 26, 2024
Homeଓଡିଶା‘ଶ୍ରଦ୍ଧା’ରୁ ‘ଶରଧା’, ‘ଶରଧା’ରୁ ‘ଶରଧା ବାଲି’

‘ଶ୍ରଦ୍ଧା’ରୁ ‘ଶରଧା’, ‘ଶରଧା’ରୁ ‘ଶରଧା ବାଲି’

ଭୁବନେଶ୍ୱର: ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କାହିଁ କେଉଁ କାଳରୁ ଆରମ୍ଭ ହୋଇଆସୁଅଛି । ସେତେବେଳେ ପ୍ରଭୁ ନିଜେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ କହିଲେ ସବୁବର୍ଷ ତାଙ୍କର ଜନ୍ମସ୍ଥାନ ବା ଆଡପ ମଣ୍ଡପକୁ ଯିବାକୁ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ତାଙ୍କର ରଥଯାତ୍ରା କରିବାକୁ । ଇନ୍ଦ୍ରଦ୍ୟୁମ୍ନଙ୍କ ଶାସନ କାଳ୍ରୁ ଆଜିଯାଏ ସେହିପରି ରଥଯାତ୍ରା ଚଳିଆସୁଅଛି । ସେତେବଳେ ଆଜି ଭଳି ରାସ୍ତାଘାଟର ସୁବିଧା ନଥିଲା । ତେଣୁ ବାଲିମାଟିରେ ରଥ ଟାଣିବାକୁ ବହୁତ କଷ୍ଟ ହେଉଥିଲା । ରାଜା ଅଶ୍ୱ, ଗଜ ଓ କଳାବେଠିଆମାନଙ୍କୁ ଲଗାଇ ରଥ ଟାଣୁଥିଲେ । ଛଅଟି ରଥ ତିଆରି କରି ରଥଯାତ୍ରା କରିବା ସହିତ ବହୁତ କଷ୍ଟସାଧ୍ୟ ହେଉଥିଲା । ଏଥିପାଇଁ ନବ ଦିନାତ୍ମକ ଯାତ୍ରା ଗୋଟିଏ ମାସରୁ ଉର୍ଦ୍ଧ ସମୟ ଲାଗୁଥିଲା । ଏହିପରି ଅସୁବିଧାକୁ ଦେଖି ମହାରାଣୀ ଶ୍ରଦ୍ଧା ଦେବୀଙ୍କ ଏକ ଉଦ୍ଭବ ଚିନ୍ତା ଆସିଲା । ସେ ଗଜପତି ମହାରାଜାଙ୍କୁ କହିଲେ ଆମର ରଥଯାତ୍ରା କରିବାକୁ ଏତେ ଅସୁବିଧା ହେଉଛି । ତେଣୁ ତୁମେ ଯଦି ମାଳିନୀ ନଦୀକୁ ପୋତି ଦିଅନ୍ତ ତେବେ ତିନୋଟି ରଥ ସିଧା ଗୁଣ୍ଡିଚା ମନ୍ଦିରକୁ ଯାଇପାରନ୍ତା । ଭାନୁଦେବ ଏ କଥା ଶୁଣି ହସି କହିଲେ, ତୁମର ମୁଣ୍ଡ ଖରାପ ହେଲାଣି ନା କ’ଣ ? ନଦୀ ପୋତିବା କ’ଣ ଏତେ ସହଜ ? ରାଣୀ କହିଲେ ଭଣ୍ଡାରରୁ ମୋତେ କିଛି ଅର୍ଥ ଦିଅନ୍ତୁ ମୁଁ ଯାଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିବି । ତଥାପି ରାଜା ମହାରାଣୀଙ୍କୁ କଥାକୁ ବିଶ୍ୱାସ କରିପାରିଲେ ନାହିଁ । ଶେଷରେ ରାଣୀ କହିଲେ ଆମେ ପୋତିବା କାର୍ଯ୍ୟ ଆରମ୍ଭ କରିଦେଲେ ଆମର ପର ପିଢି କେହି କେବେ ତ ଏ କାର୍ଯ୍ୟ ସଂପାଦନ କରିପାରିବେ । ତେଣୁ ଏହା କାର୍ଯ୍ୟ କରିବା ଦାୟିତ୍ୱ ମତେ ଦିଅନ୍ତୁ । ଶେଷରେ ରାଣୀଙ୍କ କଥାରେ ଗଜପତି ସମ୍ମତ ହୋଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିଦେଲେ । ଭଗବାନଙ୍କର ଏଥିଲା ଏକ ବିଚିତ୍ର ଲୀଳା । ଚାହୁଁ ଚାହୁଁ ସେହି ବର୍ଷ ରଥଯାତ୍ରା ପୂର୍ବରୁ ମାଳିନୀ ନଦୀଟି ବାଲିରେ ପୋତି ହୋଇଗଲା । ଗଜପତି ଆଶ୍ଚର୍ଯ୍ୟ ହୋଇଗଲେ । ଫଳରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ଗୋଟିଏ ବଡଦାଣ୍ଡ ହୋଇପାରିଲା । ଛଅଟି ରଥ ପରିବର୍ତ୍ତେ ତିନୋଟି ରଥରେ ଠାକୁରଙ୍କର ଘୋଷଯାତ୍ରା ହୋଇପାରିଲା । ଗଜପତି ବହୁତ ଖୁସି ହୋଇଗଲେ । ମହାରାଣୀ ଶ୍ରଦ୍ଧାଦେବୀଙ୍କ ଦ୍ୱାରା ବାଲି ପୋତାଯାଇ ଏଭଳି ଏକ ଅସମ୍ଭବ କାର୍ଯ୍ୟ ହୋଇ ପାରି ଥିବାରୁ, ଗଜପତି ଖୁସି ହୋଇ ମହାରାଣୀଙ୍କ ନାମ ଶ୍ରଦ୍ଧା ସହିତ ବାଲିକୁ ଯୋଡି ଦେଇ ସେହି ସ୍ଥାନଟିର ନାମ ରଖିଲେ ଶ୍ରଦ୍ଧାବାଲି । ହେଲେ କାଳକ୍ରମେ ‘ଶ୍ରଦ୍ଧା’ ଶବ୍ଦର ଉଚ୍ଚାରଣ ‘ଶରଧା’ ହୋଇ ନାମ ହୋଇଗଲା ‘ଶରଧା ବାଲି’ ଯାହାକି ଆଜି ଏକ କାହାଣୀ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking