30.1 C
Bhubaneswar
Wednesday, April 24, 2024
HomeUncategorizedବାଲେଶ୍ଵର ବିଧାୟକଙ୍କୁ କୋରେଇ ବିଜେପିର ଶ୍ରଦ୍ଧାଞ୍ଜଳି

ବାଲେଶ୍ଵର ବିଧାୟକଙ୍କୁ କୋରେଇ ବିଜେପିର ଶ୍ରଦ୍ଧାଞ୍ଜଳି

ଯାଜପୁର : ବାଲେଶ୍ଵର ସଦର ବିଧାୟକ ତଥା ବାଲେଶ୍ବର ଜିଲ୍ଲାର ପୂର୍ବତନ ସଭାପତି ମଦନ ମୋହନ ଦତ୍ତ(ମଙ୍ଗୁ ଭାଇ)ଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ସେ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନର ବିଜୟ ଲାଭ କରି ବିଜେପିରୁ ପ୍ରତିନିଧିତ୍ଵ କରୁଥିଲେ । ବିଧାନସଭା ଭିତରେ ଏବଂ ବାହାରେ ମଧ୍ୟ ତାଙ୍କ ବଳିଷ୍ଠ ଯୁକ୍ତିରେ ବିରୋଧୀଙ୍କୁ ପରାହତ କରୁଥିଲେ ।

    ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ  ଅସମୟରେ ତାଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ ଆମ ଦଳ ସମେତ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଏପରି ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବ ପାଇଁ ଏବଂ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।
     ଆଜି ତାଙ୍କ ମରଶରୀର ଭୁବନେଶ୍ୱରରୁ ବାଲେଶ୍ଵର ଯିବା ବାଟରେ କୋରେଇ ବିଜେପି ତରଫରୁ ଯୁବନେତା ବିକ୍ରମ କେଶରୀ ବିଶ୍ଵାଳଙ୍କ ନେତୃତ୍ୱରେ ପାଣିକୋଇଲି ଅନେକ କାର୍ଯ୍ୟକର୍ତ୍ତା ଏକାଠି ହୋଇ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ସମୟରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ମଣ୍ଡଳ ସଭାପତି ପ୍ରମୋଦ ସାହୁ, ଶଶୀଭୂଷଣ ସେନାପତି, ଦୋଳ ସେଠୀ, କରୁଣାକର ମାଝୀ, ପ୍ରଶାନ୍ତ ସାହୁ, ସୁଶାନ୍ତ ପରିଡ଼ା, ସନ୍ଦୀପ ପରିଡ଼ା, ଧନଞ୍ଜୟ ସାହୁ, ମାନସ ସାହୁ, ଘୁଡୁର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ରେ ସମ୍ବର୍ଦ୍ଧିତ

 

ଯାଜପୁର : ବରୀ ରେ  ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ରେ ସମ୍ବର୍ଦ୍ଧିତ କରାଯାଇଛି, ରମାଦେବୀ ଗୋପବନ୍ଧୁ ଆଶ୍ରମ ପରିସରରେ ମଙ୍ଗଳବାର ସାମାଜିକ ଦୂରତା ପାଳନ କରି ଆଶ୍ୱାସନ  ପକ୍ଷରୁ ଏକ ନିରାଡ଼ମ୍ବର ଉତ୍ସବ ରେ ଏହି ସମ୍ବର୍ଦ୍ଧିତ କାର୍ଯ୍ୟ ସମ୍ପାଦନ ହୋଇଯାଇଛି,ସୁବ୍ରତ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ଦୁର୍ଗା ପ୍ରସାଦ ନାୟକ ମଞ୍ଚ ସଞ୍ଚାଳନ କରିଥିଲେ, ସାମ୍ବାଦିକ ବାଞ୍ଛାନିଧି ସାହୁ ,ହିମାଂଶୁ ଶେଖର ଦାସ ,ସଂଜୟ ବେହେରା, ଦର୍ଶନ ବେହେରା, ସୁରେଶ କର, ବ୍ରଜ ଜେନା, ମହେନ୍ଦ୍ର ସ୍ୱାଇଁ ,ସତ୍ୟ ବାରିକ, ବିଶ୍ୱଭୂଷଣ ଜେନା ,ସେଂହାଶୂ ମହାନ୍ତି, ଙ୍କୁ କରୋନା ଯୋଦ୍ଧାରେ ମାନପତ୍ର ଓ ଉପଢ଼ କୋ ନ  ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା, ଏଥିରେ ସତ୍ୟ କର ,ସତ୍ୟ ନାରାୟଣ ଦାସ, ପ୍ରଫୁଲ୍ଲ ଗିରି ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ, ରବିକାନ୍ତ ପଢ଼ିଆରୀ, ଆଲୋକ ପରିଡା, ସୁମନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking