28.1 C
Bhubaneswar
Friday, April 26, 2024
HomeUncategorizedସ୍ୱାବଲମ୍ବି ହେବା ପର୍ଯ୍ୟନ୍ତ ପ୍ରବାସୀଙ୍କୁ ଅର୍ଥ ସହାୟତା ଦିଆଯାଉ- ନରସିଂହ

ସ୍ୱାବଲମ୍ବି ହେବା ପର୍ଯ୍ୟନ୍ତ ପ୍ରବାସୀଙ୍କୁ ଅର୍ଥ ସହାୟତା ଦିଆଯାଉ- ନରସିଂହ

ପ୍ରତ୍ୟେକ ପ୍ରବାସୀଙ୍କୁ ତତକ୍ଷଣାତ ୧୦ ହଜାର ସହ ପରବର୍ତ୍ତି ୬ ମାସ ପର୍ଯ୍ୟନ୍ତ ସାଢେ ୭ହଜାର ଟଙ୍କା ସହାୟତା ଦାବି

ବଲାଙ୍ଗିର- କରୋନା ସଂକ୍ରମଣ ଯୋଗୁଁ ସମସ୍ତଙ୍କର ଜିବନ ଜିବିକା ପ୍ରଭାବିତ ହୋଇଛି । ଅନେକେ ନିଜର ଜିବିକା ଛାଡି ଘରକୁ ଫେରିବାକୁ ବାଧ୍ୟ ହେଇଛନ୍ତି । ଡେରିରେ ହେଉ ପଛେ ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ତାଙ୍କୁ ନିଜ ଭିଟାମାଟିରେ ପୁଣିଥରେ କର୍ମନିଯୁକ୍ତି ଦେଇ ଉପର୍ଜନକ୍ଷମ କରିବା ସରକାରଙ୍କ ପାଇଁ ମଧ୍ୟ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେହି କ୍ରମରେ ରାଜ୍ୟ ସରକାର ପ୍ରବାସୀ ଫେରିଥିବା ଜିଲ୍ଲାମାନଙ୍କରେ ସରକାରଙ୍କ କେଉ ଁ କେଉଁ ଯୋଜନା ମାଧ୍ୟମରେ କରୋନା କ୍ଷତିଗ୍ରସ୍ତ ପ୍ରବାସୀ ଶ୍ରମିକ, ଚାଷୀ ତଥା ସାଧାରଣ ଲୋକ ଉପକୃତ ହୋଇପାରିବେ ସେ ଦିଗରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସେ ଅଂଚଳର ବିଧାୟକମାନଙ୍କ ସହ ସରକାରଙ୍କ ବିଭିନ୍ନ ଯୋଜନା ନେଇ ଆଲୋଚନା ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀ, ଜିଲ୍ଲାପାଳ, ଗ୍ରାମ ଉନ୍ନୟନ ବିଭାଗର ପ୍ରକଳ୍ପ ଅଧିକାରୀ ଏବଂ କୃଷି କୃଷକ ସମ୍ବନ୍ଧୀୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମବାୟ ତଥା ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଣ୍ଟବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏବଂ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସରକାରଙ୍କ ବିଭିନ୍ନ ଯୋଜନା ଯଦ୍ୱାରା ପ୍ରବାସୀମାନେ କରୋନା ପରିସ୍ଥିତିର ମୁକାବିଲା କରିବା ସହ ସ୍ୱାବଲମ୍ବି ହୋଇପାରିବେ ତା ଉପରେ ସୂଚନା ଦେଇଥିଲେ । ଆଲୋଚନାରେ ମୁଖ୍ୟତଃ କୃଷି, ଉଦ୍ୟାନ, ମତ୍ସ୍ୟ ଚାଷ, ଉଠାଜଳସେଚନ, ବ୍ୟାଙ୍କ ସମବାୟ ଅଧିକାରୀମାନେ ନିଜ ନିଜ ଯୋଜନା ବାବଦରେ ଜନ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।
ସୁଚନା ଯୋଗ୍ୟ ଯେ କୋଣସି ଯୋଜନା ରେ ପ୍ରବାସୀ ମାନେ ଉପାର୍ଜନ କ୍ଷମ ହେବା ପାଇଁ ଅତି କମରେ ୬ ମାସରୁ ଉର୍ଦ୍ଧ୍ୱ ସମୟ ଲାଗିବା ସହ ଏହି ସବୁ ଯୋଜନାରୁ କରୋନା କ୍ଷତିଗ୍ରସ୍ତ ପ୍ରବାସୀ ଏବେବି ତତ୍‌କ୍ଷଣାତ ଉପାର୍ଜନକ୍ଷମ ହୋଇପାରିବ ନାହିଁ । ଆହୁରି ମଧ୍ୟ ଏ ସବୁ ଯୋଜନା ଫାଇଦା ପାଇବା ପାଇଁ ଅନେକ ପ୍ରବାସୀଙ୍କ ଠାରେ ଯୋଜନା ମୁତାବକ ଭିତ୍ତିଭୂମି ଅଛି କି ନାହିଁ ତାହା ମଧ୍ୟ ସନ୍ଦେହ । ଏହି ସମସ୍ୟା ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିବା ସହ ପ୍ରବାସୀମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଦରକାର ହେଉଥିବା ସର୍ବ ନିମ୍ନ ଭିତ୍ତିଭୂମି ଓ ଅର୍ଥ ମଧ୍ୟ ସେମାନଙ୍କ ପାଇଁ ସ୍ୱପ୍ନ ହୋଇପାରେ ବୋଲି କହିଥିଲେ । ତାଛଡା ସେ ଦାବି କରିଥିଲେ ଯେ ସରକାର ପ୍ରବାସୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଆଣିଥିବା ବିଭିନ୍ନ ଯୋଜନାରୁ ଫାଇଦା ପାଇବା ପାଇଁ ଯେହେତୁ ୬ମାସ ଲାଗିଯାଇପାରେ ତେଣୁ ପ୍ରତ୍ୟେକ ପ୍ରବାସୀଙ୍କୁ ତକ୍ଷଣାତ ସରକାର ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବବ ସହ ପରବର୍ତ୍ତି ୬ମାସ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ହଜାର ୫ଶହ ଟଙ୍କା ଲେଖାଏଁ ଅର୍ଥ ରାଶି ସାହାଯ୍ୟ ଯୋଗାଇ ଦିଅନ୍ତୁ । ଯା ଦ୍ୱାରା କି ଯୋଜନା ଗୁଡିକ ଫଳପ୍ରଦ ହେବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକମାନେ ତାଙ୍କର ଦୈନନ୍ଦିନ ଗୁଜୁରାଣ ସେହି ଆର୍ଥିକ ସହାୟତାରୁ ପୁରଣ କରିପାରିବେ । ତାହା ହେଲେ ହିଁ ପ୍ରବାସୀମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଆଣିଥିବା ବିଭିନ୍ନ ଯୋଜନା ସୁଫଳ ସେମାନେ ପାଇବେ ବୋଲି ଶ୍ରୀ ମିଶ୍ର କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking