41.1 C
Bhubaneswar
Sunday, April 28, 2024
Homeକରୋନାଜୁନ୍ ୨୦ପରେ ଦିଲ୍ଲୀରେ ପହଞ୍ଚିବ ସ୍ପୁଟନିକ୍‌-ଭି ଟିକା

ଜୁନ୍ ୨୦ପରେ ଦିଲ୍ଲୀରେ ପହଞ୍ଚିବ ସ୍ପୁଟନିକ୍‌-ଭି ଟିକା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ଟିକା ଅଭାବରୁ ୧୮ରୁ ୪୪ବର୍ଷ ବୟସର ନାଗରିକଙ୍କ ଟିକାକରଣ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି, ଜୁନ୍ ୨୦ତାରିଖ ପରେ ଦିଲ୍ଲୀରେ ସ୍ପୁଟନିକ୍‌-ଭି ଟିକା ପହଞ୍ଚିବ । ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଟିକା ଅଭାବ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ଜୁନ୍ ୧୦ତାରିଖ ପରଠାରୁ କୋଭିଡ୍ ଡୋଜ୍ ଉପଲବ୍ଧ ହେବ ବୋଲି ପ୍ରତିଶ୍ରୁତି ମିଳିଛି । ଉଲ୍ଲେଖଯୋଗ୍ୟ, ଗତ ମେ’ ୩ତାରିଖରୁ ଦିଲ୍ଲୀରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ।

ଯେଉଁମାନେ କୋଭାକ୍ସିନ୍ ପ୍ରଥମ ଡୋଜ୍ ନେଇଛନ୍ତି, ସେମାଙ୍କର ଦ୍ୱିତୀୟ ଡୋଜ୍ ପାଇଁ ସମୟ ହୋଇଗଲାଣି । କିନ୍ତୁ କେତେକ ଘରୋଇ ହସ୍ପିଟାଲରେ ଅଳ୍ପ ପରିମାଣର କୋଭିଡ୍ ଟିକା ଥିଲାବେଳେ ସରକାରୀ ହସ୍ପିଟାଲରେ ଆଉ ଏହି ଟିକା ଉପଲବ୍ଧ ହେଉନାହିଁ । ସୋମବାର ଦୀନଦୟାଲ ଉପାଧ୍ୟାୟମାର୍ଗରେ ଥିବା ଏକ ସ୍କୁଲରେ ସାମ୍ବାଦିକ ଓ ସେମାନଙ୍କ ପରିବାର ଲାଗି ଏକ ଟିକାକରଣ କେନ୍ଦ୍ର ଉଦ୍‌ଘାଟନ କରିବା ଅବସରରେ କେଜ୍ରିୱାଲ କହିଛନ୍ତି, ଜୁନ୍‌୍‌ରେ ଦିଲ୍ଲୀକୁ ୯୦ହଜାର ଡୋଜ୍ କୋଭାକ୍ସିନ୍ ମିଳିବ ।

ଦିଲ୍ଲୀରେ ଅବିଚାରିତ ଟିକାକରଣ ଚାଲିଛି ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର୍‌୍‌ଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି କେଜ୍ରିୱାଲ କହିଛନ୍ତି, ଖଟ୍ଟର୍ ସାହାବ୍‌! କେବଳ ଲୋକଙ୍କୁ ଟିକା ବଞ୍ଚାଇପାରିବ । ଆମେ ଯେତେ ଶୀଘ୍ର ଟିକାକରଣ କାର୍ଯ୍ୟ ସମ୍ପନ୍ନ କରିବୁ, ସେତେ ଅଧିକ ଲୋକ ନିରାପଦ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking