28.1 C
Bhubaneswar
Friday, March 29, 2024
Homeଓଡିଶାପ୍ରଶାସନର ସହାୟତାରେ କରୋନା ମୃତକଙ୍କ କଲେ ଶବ ଶତ୍କାର

ପ୍ରଶାସନର ସହାୟତାରେ କରୋନା ମୃତକଙ୍କ କଲେ ଶବ ଶତ୍କାର

ଫୁଲବାଣୀ :ଗତ ଦିନରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣେ ୫୫ ବର୍ଷର ବୃଦ୍ଧଙ୍କ ଶବ ଶତ୍କାର କରି ପୁଣି ଏକ ଉଦାହାରଣ ସାଜିଛନ୍ତି ଟିକାବାଲି ଅଞ୍ଚଳର ୨ ସ୍ୱେଚ୍ଛାସେବୀ ହିରୋ ନାୟକ ଓ ନୀଳମାଧବ ପାତ୍ର । ବିପଦର ବନ୍ଧୁଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଟିମ୍ ହ୍ୟୁମାନିଟି କନ୍ଧମାଳର ଏହି ୨ ସଦସ୍ୟ ସୋମବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସଂକ୍ରମିିିତ ଚିହ୍ନଟ ପରେ ସେ ଏକ ସିସିସିରେ ରହୁଥିଲେ । ଗୁରୁତର ଅବସ୍ଥାରେ ଗତ ୨୮ ତାରିଖ ତାଙ୍କୁ ଫୁଲବାଣୀ କୋଭିଡ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ସୋମବାର ତାଙ୍କର ମୃତ୍ୟୁ ହୋଇଛି । ମୃତ ଶରୀର ତାଙ୍କ ଅଞ୍ଚଳରେ ପହଞ୍ôଚଥିଲେ ମଧ୍ୟ ଶବ ଶତ୍କାର ପାଇଁ ଚକାପାଦ ପ୍ରଶସାନ ଚିନ୍ତାରେ ପଡ଼ିଥିଲା । ଏନେଇ ଚକାପାଦ ବି.ଡ଼ି.ଓ ଅନିଲ୍ କୁମାର ପଟନାୟକ ତୁରନ୍ତ ଟିକାବାଲି ଟିମ୍ ହ୍ୟୁମାନିଟିର ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ ଟିକାବାଲି ଠାରେ ଥିବା ଅସହାୟ ଲୋକଙ୍କ ପାଇଁ କାଠଗୋଲାରୁ କାଠଧରି ଉଭୟ ସ୍ୱେଚ୍ଛାସେବୀ ପହଞ୍ଚିଯାଇଥିଲେ ବ୍ରାହ୍ମଣପାଦ ଅଞ୍ଚଳରେ ।

ସେଠାରେ ଚକାପାଦ ବିଡିଓ, ତହସିଲ୍‌ଦାର ଓ ବ୍ରାହ୍ମଣପାଦ ମେଡ଼ିକାଲ୍ ଅଫିସରଙ୍କ ଉପସ୍ଥିତିରେ ଓ ମୃତ ବୃଦ୍ଧଙ୍କ ଦୁଇ ପୁତୁରାରଙ୍କ ଦ୍ୱାରା ବ୍ଳକ ପକ୍ଷରୁ ଶବ ସତ୍କାର କରିଥିଲେ । ତେବେ ଏହା ପୂର୍ବରୁ ଉଭୟ ସ୍ୱେଚ୍ଛାସେବୀ ବିଭିନ୍ନ ସାମଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ବେଳେ ଗତ ବର୍ଷ ଓ ଚଳିତ ବର୍ଷ କରୋନା କାରଣ ଯୋଗୁଁ ଅନେକଙ୍କ ଶବ ସତ୍କାର କରିସାରିଲେଣି । କୋଭିଡ଼୍ ନିୟମ ପ୍ରକାରେ ଓ ପିପିଇ କିଟ୍ ପରିଧାନ କରି ଉଭୟେ ଏହି କାମ ସାରିଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହି ସେବା ଜାରି ରହିବ ବୋଲି କହିଛନ୍ତି । ଟିମ୍ ସଦସ୍ୟଙ୍କ ଏଭଳି ସମାଜସେବା ପାଇଁ ଆବାହକ ଭି.ଲୋକନାଥ ରାଜୁ ଟିମ ସଦସ୍ୟ ଓ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking